Only for Entertainment

ନିକ ଜୋନସଙ୍କ ଆଉ ଏକ ମ୍ୟୁଜିକ ଭିଡିଓ ରିଲିଜ , ଦେଖିବାକୁ ମିଳିଲା ତିନି ଭାଇଙ୍କ ଜବରଦସ୍ତ ଲୁକ!

17

ହଲିଉଡ ସିଙ୍ଗର ଜୋନଓ ବ୍ରଦର୍ସ ‘ସକର’ ଗୀତ ସଫଳତା ପରେ ଏବେ ନିଜର ଆଉ ଏକ ସଙ୍ଗ ରିଲିଜ କରିଛନ୍ତି । ଜୋନଓ ବ୍ରଦର୍ସଙ୍କ ଏହା ଦ୍ୱିତୀୟ ମ୍ୟୁଜିକ ଭିଡିଓ ଅଟେ ଯେଉଁଥିରେ ତିନି ଗୋନଓ ଭାଇଙ୍କ ଜୁଗଳବନ୍ଦୀ ଦେଖିବାକୁ ମିଳିଛି । ନିକଙ୍କ ଦ୍ୱିତୀୟ ଗୀତର ଟାଇଟଲ ‘କୁଲ’ ଅଟେ , ଯେଉଁଥିରେ ତିନି ଭାଇଙ୍କ ଖରା ଦିନ ଲୁକ ଦେଖିବାକୁ ମିଳିଛି । ଭିଡିଓରେ ନିକ ଜୋନସ, କେବିନ ଜୋନସ ଏବଂ ଜୋ ଜୋନସ ନଜର ଆସିଛନ୍ତି । ମାତ୍ର ଏହାର ପୂର୍ବ ମ୍ୟୁଜିକ ଭିଡିଓରେ ଜୋନଓ ବ୍ରଦର୍ସଙ୍କ ବ୍ୟତୀତ ପ୍ରିୟଙ୍କା ଚୋପ୍ରା ଏବଂ ସୋଫି ଟର୍ଣ୍ଣର ମଧ୍ୟ ନଜର ଆସିଥିଲେ କିନ୍ତୁ ଏହି ସଙ୍ଗରେ ଦୁହିଁଙ୍କୁ ଦେଖିବାକୁ ମିଳିନାହିଁ ।

ଗୀତର ଭିଡିଓ ବିଷୟରେ କହିବାକୁ ଗଲେ ଏହି ଗୀତ ମିଆମୀ ବିଚରେ ସୁଟ କରାଯାଇଛି । ସେହିପରି ଭିଡିଓ ସୋସିଆଲ ମିଡିଆରେ ଆସିବା ପରଠାରୁ କେବିନ ଜୋନସଙ୍କ ଫ୍ୟାନ୍ସମାନେ ନିରାଶ ହୋଇଛନ୍ତି କାରଣ ଏହି ଗୀତରେ କେବିନ ଖୁବ କମ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More