Only for Entertainment

ଏହି ଛୋଟ ଅଭିନେତା ଯାତ୍ରା କଲେ ଥିଏଟରରୁ ହଲିଉଡ, ନା’ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

23

ବଲିଉଡ ଅଭିନେତା ପ୍ରିୟାଂଶୁ ପେନୟୁଲୀଙ୍କ ବିଷୟରେ ଏବେ କୌଣସି ପରିଚୟ ଦେବା ଆବଶ୍ୟକ ନାହିଁ । ପ୍ରିୟାଂଶୁଙ୍କ ପ୍ରଶଂସା ‘ରକ ଅନ’ ଏବଂ ‘ଭାବେଶ ଜୋଶୀ’ ଭଳି ଫିଲ୍ମ ପାଇଁ ହୋଇସାରିଛି । ବଲିଉଡରେ କାମ କରିବା ପରେ ଏବେ ସେ ଇଂଟରନ୍ୟାସନାଲ ପ୍ରୋଜେକ୍ଟରେ ମଧ୍ୟ କାମ କରିବାକୁ ଯାଉଛନ୍ତି ।

ଅସଲରେ ନିକଟରେ ପ୍ରିୟାଂଶୁ ପେନୟୁଲୀଙ୍କୁ ‘ଥର’ ର ଅଭିନେତା କ୍ରିସ ହେମ୍ସବର୍ଗଙ୍କ ସହ କାମ କରିବାକୁ ଅଫର ମିଳିଛି । ପ୍ର୍ରିୟାଂଶୁ ଖୁବ ଶୀଘ୍ର ନେଟଫ୍ଲିକ୍ସ ଫିଲ୍ମ ‘ଢାକା’ରେ ନଜର ଆସିବେ । ଏହି ଫିଲ୍ମ ଏକ୍ସିବିଓ ପ୍ରଡକ୍ସନରେ ହୋଇଛି ଯାହାକୁ ସାମ ହାରଗ୍ରେଭ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ଅନେକ ହଲିଉଡ ଅଭିନେତା ମଧ୍ୟ କାମ କରିଛନ୍ତି ।

ଇଂଟର ନ୍ୟାସନାଲ ପ୍ରୋଜେକ୍ଟରେ କାମ କରିବା ପରେ ପ୍ରିୟାଂଶୁ କହିଛନ୍ତି ଯେ ହଲିଉଡ ପ୍ରୋଜେକ୍ଟରେ କାମ କରି ତାଙ୍କ ଅନୁଭବ ଖୁବ ଭଲ ଥିଲା । ଏଥିପାଇଁ ସେ କଡା ପରିଶ୍ରମ ମଧ୍ୟ କରିଥିଲେ । ଏକ ସାକ୍ଷାତକାରରେ ପ୍ରିୟାଂଶୁ କହିଛନ୍ତି ଯେ ସେ ଅଭିନୟର ଆରମ୍ଭ ଡ୍ରାମା ଏବଂ ଥିଏଟରରୁ କରିଥିଲେ । ଲୋକମାନେ ତାଙ୍କ ଥିଏଟର ଅଭିନୟକୁ ଖୁବ ପସନ୍ଦ ମଧ୍ୟ କରନ୍ତି । ଯାହାପରେ ତାଙ୍କୁ ‘ଭାବେଶ ଯୋଶୀ’ ଏବଂ ‘ରକ୍ ଅନ’ଭଳି ଫିଲ୍ମର ଅଫର ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More