Only for Entertainment

ବିନା ଘିଅରେ ଖାଆନ୍ତୁନି ରୁଟି । ଜାଣନ୍ତୁ ଖାଇବାର ଠିକ ପ୍ରକ୍ରିୟା ।

chicken gharwala
0 38

ଖାଦ୍ୟରେ ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ଭରି ରହିଥାଏ । ଯଦି ତାହାକୁ ଠିକ ଉପାୟରେ ଖିଆ ନଯାଏ ତେବେ ଆବଶ୍ୟକୀୟ ପୋଷଣ ମିଳିପାରେ ନାହିଁ । ଯେକୌଣସି ଖାଦ୍ୟ ଖାଆନ୍ତୁ କିନ୍ତୁ ପ୍ରକ୍ରିୟା ଠିକ ରହିବା ଆବଶ୍ୟକ । ତାହା ସକାଳ,ଦ୍ୱିପ୍ରହର କିମ୍ବା ସଂଧ୍ୟାର ଖାଦ୍ୟ ହୋଇଥାଉ । ସେଥିପ୍ରତି ଯତ୍ନବାନ ହେବା ଉଚିତ ।

ପୂର୍ବ କାଳରେ ଲୋକମାନେ ରୁଟି ସହିତ ଘିଅ ଖାଉଥିଲେ । କିନ୍ତୁ ଏବେ ଲାକମାନେ ସ୍ୱସ୍ଥ୍ୟ ପ୍ରତି ଏତେ ସଜାଗ ହୋଇ ଯାଇଛନ୍ତିଯେ ସେମାନେ ଏହି ଖାଦ୍ୟ ଠାରୁ ଦୂରେଇ ରହୁଛନ୍ତି । କିନ୍ତୁ ଦେଶୀ ଘିଅ ଖାଇବା ଦ୍ୱାରା ଖୁବ ପରିବାଣର ପୋଷକ ତତ୍ତ୍ୱ ମିଳିଥାଏ । ଗହମରେ କମ ପୋଷକ ତତ୍ତ୍ୱ ରହିଥାଏ । ତେଣୁ ବାଦାମର ମଖନ ଖାଇବା ଦରକାର । ତାହାକୁ ଖାଦ୍ୟର ଶକ୍ତି କେନ୍ଦ୍ର ବୋଲି କୁହାଯାଏ ।

ପାଳଙ୍ଗ ଏବଂ ଛୋଲେରେ ଟମୋଟୋ ମିଶାଇ ଖାଇବା ଉଚିତ । କାରଣ ଏଥିରେ ଭିଟାମିନ ସି ରହିଥାଏ । କାରଣ ପାଳଙ୍ଗରେ ଥିବା ପ୍ରଚୁର ଆଇରନକୁ ଏହା ଶୋଷଣ କରିଥାଏ ।

କୁହାଯାଏ ରାତିରେ ଡ଼ାଲି ଜାତୀୟ ଖାଦ୍ୟ ଖାଇବା ଅନୁଚିତ । କାରଣ ଏହା ଦ୍ୱାରା ଗ୍ୟାସ ସମସ୍ୟା ହୋଇଥାଏ । କିନ୍ତୁ ଏଥିରେ ଟମାଟୋ ମିଶାଇ ଖାଇବା ଉଚିତ । ଏହା ସହିତ ମଟର ଓ ରାଜମା ଆଦି ଖାଇବା ଅନୁଚିତ । ଏହା ପାଚନ ପାଇଁ ଅଧିକ ସମୟ ନେଇଥାଏ । ଦ୍ୱିପ୍ରହର ସମୟରେ ଏହା ଭଲ ଭାବରେ ହଜମ ହୋଇଥାଏ ।

ଅଧିକାଂଶ ଲୋକ ଦିନ ବେଳେ ଭାତ ଖାଇଥାନ୍ତି । କିନ୍ତୁ ଏହାକୁ ରାତିରେ ମଧ୍ୟ ଖାଇହେବ । ରାତିରେ ଭାତ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ । ଏହା ମେଟାବୋଲିଜିମକୁ ବଢାଇଥାଏ । କିନ୍ତୁ ରାତିରେ ଏହାକୁ ଖାଇବା ଦ୍ୱାରା ଓଜନ ବଢିଥାଏ । ତେଣୁ ଏହାକୁ ସୀମିତ ମାତ୍ରାରେ ଖାଇବା ଉଚିତ ।

ଦହି ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ । କିନ୍ତୁ ଏହାକୁ ଦିନରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିଥାଏ । ରାତିରେ ଖାଇଲେ ଥଣ୍ଡା ଆଦି ସମସ୍ୟା ହୋଇଥାଏ । ଦିନରେ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ ରହିଥାଏ ।

ଦ୍ୱିପ୍ରହର ସମୟରେ କଦଳୀ ଖାଇବା ଉଚିତ । ଏହା ଦ୍ୱାରା ଇମ୍ୟୁନ ସିଷ୍ଟମ ଠିକ ରହିଥାଏ । ଫାଇବାର ଯୁକ୍ତ କଦଳୀ ପାଚନରେ ସାହାଯ୍ୟ କରିଥାଏ । ଏସିଡିଟି ମଧ୍ୟ ହୋଇନଥାଏ । ଏହା ସହିତ ଶରୀର ଥଣ୍ଡା ମଧ୍ୟ ରହିଥାଏ ।

 

ନଟସ ଓ ଫଳ ଆଦି ଖାଇବା ଉଚିତ । ଏଥିରେ ପ୍ରଚୁର ପରିମାଣରେ ପୋଷକ ତ୍ତ୍ୱ ଭରି ରହିଥାଏ । ଯାହା ଦ୍ୱାରା ଦିନସାରା ସତେଜ ଅନୁଭବ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More