Only for Entertainment

ଟିଭି ଆକ୍ଟର କରଣ ୱାହୀଙ୍କୁ ନେଇ ଆସିଲା ବଡ଼ ଖବର, ପ୍ରଯୋଜକଙ୍କ ସହିତ ଗିରଫ ।

54

ଫିଲ୍ମ ପ୍ରଯୋଜକ ଏମଏମ ନାଗର ଏବଂ କମ୍ପୋଜର କରଣ ୱାହୀଙ୍କୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର । ଏହି ଦୁଇ ଜଣଙ୍କୁ ମୁମ୍ବାଇ ପୋଲିସ ଏକ ଯୁବତୀ ସହିତ ସାମୂହିକ ବଳାତ୍କାର କରିଥିବା ଅଭିଯୋଗରେ ଗିରଫ କରିଛି । ମୁମ୍ବାଇ ପୋଲିସର କହିବା ଅନୁସାରେ ଉତ୍ତରାଖଣ୍ଡରୁ ଅଭିନେତ୍ରୀ ହେବାର ସ୍ୱପ୍ନ ନେଇ ମୁମ୍ବାଇ ଆସିଥିଲେ ଜଣେ ୨୨ ବର୍ଷୀୟ ଯୁବତୀ । ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଧାରା ୩୫୪ ଅନୁସାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ପିଡ଼ିତାଙ୍କ ଅଭିଯୋଗ ଅନୁସାରେ କରଣ ୱାହୀ ତାଙ୍କୁ ଚାରକୋପ ସ୍ଥିତ ଫ୍ଲାଟକୁ ଡାକିଥିଲେ । ଏଠାରେ ପୂର୍ବରୁ ପ୍ରଯୋଜକ ଏମଏମ ଉପସ୍ଥିତ ଥିଲେ । ଦୁଇଜଣ ଧୋକାରେ ତାଙ୍କୁ କୋଲ୍ଡ ଡ୍ରିଙ୍କରେ ନିଶା ବଟିକା ଦେଇ ଯୌନ ଶୋଷଣ କରିଛନ୍ତି । ଯୁବତୀ ପ୍ରାୟ ୮ ଘଂଟା ପର୍ଯ୍ୟନ୍ତ ସେହି ଫ୍ଲାଟରେ ବନ୍ଦ ଥିଲେ । ହୋଶ ଆସିବା ପରେ ସେ ନିଜକୁ ଲଗ୍ନ ଅବସ୍ଥାରେ ପାଇଲେ । ଏହାପରେ ସେଠାରୁ ଯେପରି ହେଉ ଚାଲିଆସି ସାଙ୍ଗ ଘରେ ପହଂଚିଲେ । ଯାହାପରେ ସେ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି ।

ସୂଚନା ଅନୁସାରେ କରଣ କହୁଛନ୍ତି ଏହି କଥାରେ କୌଣସି ସତ୍ୟତା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More