Only for Entertainment

ସଲମାନ ଖାନଙ୍କ ଫିଲ୍ମ ‘ହମ ଆପକେ ହେଁ କୌନ’ ପ୍ରଡ୍ୟୁସରଙ୍କ ଦେହାନ୍ତ !

15

ବଲିଉଡର ପ୍ରସିଦ୍ଧ ପ୍ରଡ୍ୟୁସର ରାଜକୁମାର ବଡଜାତ୍ୟାଙ୍କ ନିଧନ ହୋଇଯାଇଛି । ତାଙ୍କର ନିଧନର ଅସଲ କାରଣ ଏଯାଏଁ ସାମ୍ନାକୁ ଆସିନାହିଁ , କିନ୍ତୁ ସେ ଗୁରୁବାର ସକାଳ ମୁମ୍ବାଇର ଶ୍ରୀ.ଏଚ.ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଏହି ଖବର ଫିଲ୍ମ କ୍ରିଟିକ୍ସ ଅକ୍ଷୟ ରାଠି ଦେଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ରାଜକୁମାର ବଡଜାତ୍ୟାଙ୍କ ନିଧନ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରାଜବାବୁ ଜଣେ ଭଲ ପ୍ରଡ୍ୟୁସର ଥିଲେ ବୋଲି କହିଚନ୍ତି ଅକ୍ଷୟ ରାଠି ।

ଏଠାରେ ଆମେ କହି ରଖୁଛୁ ଯେ ସେ ‘କୌନ, ହମ ସାଥ ସାଥ ହେଁ ଏବଂ ବିବାହ ଭଳି ଫିଲ୍ମ ପ୍ରଡ୍ୟୁସ କରିଥିଲେ । ସେ ସଲମାନ ଖାନଙ୍କ ଫିଲ୍ମ ‘ପ୍ରେମ ରତନ ଧନ ପାୟୋ’ ମଧ୍ୟ ପ୍ରଯୋଜନା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More