Only for Entertainment

ସତ୍ୟପାଠରେ ହେଲା ଖୁଲାସା, ଜାଣନ୍ତୁ କେତେ ଟଙ୍କାର ଅଧିକାରୀ ଷ୍ଟାର ଦମ୍ପତି ଅମିତାଭ ଏବଂ ଜୟା

DNA India
0 76

ପ୍ରଶଂସକମାନଙ୍କର ନିଜ ପ୍ରିୟ ଷ୍ଟାରଙ୍କ ସମ୍ପତ୍ତି ବିଷୟରେ ଜାଣିବା ପାଇଁ ଆଗ୍ରହ ରହିଥାଏ । ପ୍ରଶଂସକ ଜାଣିନଥିବେ ବଲିଉଡର ବିଗ୍ ବି ଏବଂ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ପାଖରେ କେତେ ସମ୍ପତ୍ତି ରହିଛି । କିନ୍ତୁ ନିର୍ବାଚନୀ ସତ୍ୟପାଠରେ ଜୟା ବଚ୍ଚନ ତାଙ୍କ ସମ୍ପତ୍ତି ତାଲିକା ଉପରୁ ପରଦା ଉଠାଇଛନ୍ତି । ସୂଚନା ଅନୁସାରେ ଶୁକ୍ରବାର ଦିନ ସମାଜବାଦୀ ପାର୍ଟି ତରଫରୁ ଜୟା ବଚ୍ଚନ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ସମ୍ପତ୍ତି ତାଲିକା ମଧ୍ୟ ଜୟା ଦେଇଛନ୍ତି । ଦିଆଯାଇଥିବା ସମ୍ପତ୍ତି ତଲିକା ଅନୁସାରେ ଜୟା ଏବଂ ଅମିତାଭ ବଚ୍ଚନଙ୍କ ପାଖରେ ବର୍ତ୍ତମାନ ୧୦.୦୧ ବିଲିୟନ ଟଙ୍କାର ସମ୍ପତ୍ତି ରହିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ବ ୬ ବର୍ଷ ମଧ୍ୟରେ ଅମିତାଭ ଏବଂ ଜୟାଙ୍କ ସମ୍ପତ୍ତିର ମୂଲ୍ୟ ଦୁଇ ଗୁଣ ବୃଦ୍ଧି ପାଇଛି । ୨୦୧୨ରେ ଏହି ସେଲିବ୍ରିଟି ଯୋଡିଙ୍କ ସମ୍ପତ୍ତିର ମୂଲ୍ୟ ୫୦୦ କୋଟି ଥିବା ବେଳେ ଏହା ବର୍ତ୍ତମାନ ଦୁଇଗୁଣା ବୃଦ୍ଧି ପାଇ ୧୦୦୦ କୋଟିରେ ପହଁଚିଛି ।

ସତ୍ୟପାଠ ଅନୁସାରେ ଏହି ଷ୍ଟାର ଯୋଡିଙ୍କ ପାଖରେ ୪୬୦ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି ଯାହା ୨୦୧୨ରେ ଥିବା ୧୫୨ କୋଟି ଟଙ୍କାର ଦୁଇଗୁଣରୁ ଅଧିକ । ସେହିପରି ୨୦୧୨ରେ ଥିବା ଅସ୍ଥାବର ସମ୍ପତ୍ତି ର ମୂଲ୍ୟ ୩୪୩ରୁ ବଢି ୫୪୦ କୋଟିରେ ପହଁଚିଛି । ଏହି ଷ୍ଟାର କପଲଙ୍କର ବିଭିନ୍ନ ଦେଶରେ ଅନେକ ବ୍ୟାଙ୍କ ଆକାଉଣ୍ଟ ରହିଛି ଯେଉଁଥିରେ କୋଟି କୋଟି ଟଙ୍କା ଜମା ରହିଛି ।

amitabh-jaya-bachchan-celebrate-43rd-wedding-anniversary

ସତ୍ୟପାଠ ଅନୁସାରେ ଜୟା ଏବଂ ଅମିତାଭଙ୍କ ପାଖରେ ପାଖାପାଖି ୬୨ କୋଟିର ସୁନା ଏବଂ ଗହଣା ରହିଛି । ଆଶ୍ଚର୍ୟ୍ୟର କଥା ହେଉଛି ଏହି ମାମଲାରେ ଅମିତାଭ ଜୟାଙ୍କୁ ପଛରେ ପକାଇ ଦେଇଛନ୍ତି । ଜୟାଙ୍କ ନାମରେ ୨୬ କୋଟି ଟଙ୍କାର ଗହଣା ଥିବା ବେଳେ ଅମିତାଭଙ୍କ ପାଖରେ ୩୬ କୋଟିରୁ ଅଧିକ ଗହଣା ଥିବା ଜଣା ପଡିଛି । କେବଳ ଏତିକି ନୁହେଁ ଅମିତାଭ ୧୩ କୋଟିର ୧୨ଟି ଗାଡି ମଲିକ ମଧ୍ୟ । ଅମିତାଭଙ୍କ ପାଖରେ ରୋଲ-ରାୟସ, ତିନୋଟି ମର୍ସିଡିଜ, ଗୋଟିଏ ସ୍ପୋଟର୍ସ ଏବଂ ରେଞ୍ଜ ରୋବର ରହିଛି । ଏହା ବ୍ୟତୀତ ଟାଟା ନାନୋ କାର ଏବଂ ଗୋଟିଏ ଟ୍ରାକ୍ଟର ମଧ୍ୟ ରହିଛି ।

ଏହା ବ୍ୟତୀତ ଅମିତାଭ ଏବଂ ଜୟାଙ୍କ ପାଖରେ ୩.୪ କୋଟି ୫୧ ଲକ୍ଷ ଟଙ୍କାର ଅନେକ ଘଣ୍ଟା ରହିଛି । ଏହା ସହିତ ୯ ଲକ୍ଷରୁ ଅଧିକ ଟଙ୍କାର ପେନ ମଧ୍ୟ ଅମିତାଙ୍କ ସମ୍ପତ୍ତିରେ ସାମିଲ ଅଛି । ମୁମ୍ବାଇ ଏବଂ ଦିଲ୍ଲୀର ସହରରେ ଏହି ଷ୍ଟାର ଯୋଡିଙ୍କର ଅନେକ ବଙ୍ଗଳା ରହିଛି ଏହା ବ୍ୟତୀତ ଫ୍ରାନ୍ସରେ ୩୧୭୫ ବର୍ଗ ମିଟରର ରୟାଲ ସମ୍ପତ୍ତି ମଧ୍ୟ ରହିଛି । ନୋଏଡା, ଭୋପାଳ, ପୁନେ, ଅହମ୍ମଦାବାଦ ଏବଂ ଗାନ୍ଧୀନଗରରେ ଏହି ଷ୍ଟାର କପଲଙ୍କର ସମ୍ପତ୍ତି ମଧ୍ୟ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More