Only for Entertainment

ବ୍ରିଟେନର ସାଂସଦରେ ପ୍ରେମିକାଙ୍କୁ କଲେ ପ୍ରପୋଜ୍, ଭିଡିଓ କିଣି ନେବ ମନ !

panjab kesari
0 67

ସମସ୍ତଙ୍କ ମନରେ ଗୋଟେ ଭିନ୍ନ ଧରଣର ଇଚ୍ଛା ଶକ୍ତି ଥାଏ । ସେହିପରି ସମସ୍ତଙ୍କର ପ୍ରେମକୁ ଜାହିର କରିବାର ଢଙ୍ଗ ମଧ୍ୟ ନିଆରା । ସଭିଏଁ ଚାହାନ୍ତି ଯେ କିଭଳି ପ୍ରେମକୁ ଭିନ୍ନ ଭାବେ ଜାହିର କରି ପ୍ରେମିକ କିମ୍ବା ପ୍ରେମିକାର ମନକୁ ମୋହିବେ । ସେହିଭଳି ଏକ ନିଆରା ଢଙ୍ଗ ଦେଖିବାକୁ ମିଳିଥିଲା ବ୍ରିଟେନ ସହରରେ । ବ୍ରିଟେନରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାକୁ ନିଆରା ଅନ୍ଦାଜରେ ପ୍ରପୋଜ କରିଛନ୍ତି । ସେ ଏଭଳି ପ୍ରପୋଜ କରିଛନ୍ତି ଯେଉଁଠିକି ମହିଳା ଜଣକ ମଧ୍ୟ ତାଙ୍କ ପ୍ରେମକୁ ସ୍ୱୀକାର କରିନେଇଛନ୍ତି । କଥାଟି ହେଉଛି ୩୨ବର୍ଷୀୟ ବ୍ୟକ୍ତି ଜଣକ ବ୍ରିଟେନ ସଂସଦର ହାଉସ ଅଫ କମନରେ ନିଜ ପ୍ରେମିକାଙ୍କୁ ଆଣ୍ଠୁ ମାଡି ପ୍ରପୋଜ କରିଛନ୍ତି । ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି ।

ମିଳିତ ତଥ୍ୟ ଅନୁସାରେ ଟକ୍ୱିଂହମରେ ବାସ କରୁଥିବା ଇବାନ ଶ୍ରମିକ ସାଂସଦୀୟରେ କାମ କରନ୍ତି । ସେଠାରେ ମେଥ୍ୟୁ ସରକାରୀ ଚାକିରୀ ମଧ୍ୟ କରନ୍ତି । ଇବାନଙ୍କୁ ପ୍ରପୋଜ କରିବା ଲାଗି ମେଥ୍ୟୁଙ୍କୁ କୌଣସି ସଠିକ ସ୍ଥାନ ନ ମିଳିବାରୁ ସେ ସଂସଦ ହିଁ ବାଛିଥିଲେ, ଏବଂ ସେହିଠାରେ ସେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଖୁସିରେ ତାଳି ମାରଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More