Only for Entertainment

ପ୍ରପୋଜ ଡେ’ ସ୍ପେଶାଲ : ଝିଅଙ୍କୁ ପ୍ରପୋଜ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

Jax Connolly Photo
0 66

ପ୍ରେମୀ ଯୁଗଳ ପାଇଁ ଭଲେଣ୍ଟାଇନ୍ସ ସପ୍ତାହ ଆସିଯାଇଛି । ଏହି ସପ୍ତାହ ପ୍ରମୀଯୁଗଳଙ୍କ ପାଇଁ ଖୁସିର ଅବସର । ପ୍ରତ୍ୟେକ ପ୍ରେମୀ ଯୁଗଳ ନିଜ ନିଜ ଷ୍ଟାଇଲରେ ଭାଲେଣ୍ଟାଇନ୍ସ ସପ୍ତାହକୁ ପାଳନ କରିବା ପାଇଁ ପ୍ରସ୍ତୁତି କରିଥାନ୍ତି । ରୋଜ ଡେ’ ପରେ ଆସିଥାଏ ପ୍ରପୋଜ ଡେ’ । ତେବେ ଫେବୃୟାରୀ ୮ ଆଜିକା ଦିନକୁ ପ୍ରେମୀ ଯୁଗଳମାନେ ପ୍ରପୋଜ ଡେ’ ପାଳନ କରିଥାନ୍ତି । ଏକ ଆଶ୍ଚର୍ଯ୍ୟ କଥା ହେଉଛି ପୂରା ଦେଶରେ ପାଖାପାଖି ୪ ଲକ୍ଷ ଯୁବକ ଇଂଟରନେଟରେ ଯୁବତୀଙ୍କୁ କିପରି ପ୍ରପୋଜ କରାଯାଏ ଖୋଜିଥିଲେ । ପ୍ରପୋଜ କରିବା ପାଇଁ ହୁଏ ତ ବହୁତ ଉପାୟ ରହିଛି କିନ୍ତୁ ଆପଣ ଯଦି ପ୍ରପୋଜ କରିବା ପାଇଁ ଦ୍ୱନ୍ଦରେ ପଡିଛନ୍ତି, ତେବେ ଆପଣଙ୍କ ଏହି ଚିନ୍ତାକୁ କିଛି ମାତ୍ରା ଏହି ଟିପ୍ସ ମୁକ୍ତି ଦେଇପାରିବ । ତେବେ ଆସନ୍ତୁ ଜାଣିବା କିଭଳି ନିଜ ସାଥିଙ୍କୁ ପ୍ରପୋଜ କରି ସ୍ପେଶାଲ ଅନୁଭବ କରାଇପାରିବେ ସେଥିପାଇଁ ଆପଣାଙ୍କୁ କିଛି ଟିପ୍ସ ବିଷୟରେ କହି ରଖୁଛୁ ।

ୟୁଟ୍ୟୁବ ପ୍ରପୋଜ 

ପ୍ରଥମେ ନିଜ ବାନ୍ଧବୀଙ୍କୁ ପ୍ରପୋଜ କରିବା ପାଇଁ ଏକ ଭିଡିଓ ବନାନ୍ତୁ । ତା’ପରେ ଏହି ଭିଡିଓରେ ନିଜର ମନକଥା ପ୍ରକାଶ କରି ୟୁଟ୍ୟୁବରେ ପୋଷ୍ଟ କରି ଦିଅନ୍ତୁ । ଏଥି ସହ ଏକ ସୁନ୍ଦର ମେଲ ଲେଖି ଏହି ଭିଡିଓକୁ ତାଙ୍କ ପାଖକୁ ପଠାଇ ଦିଅନ୍ତୁ । ତା’ପରେ ଆପଣ ଆକଳନ କରୁନ୍ତି ଯେ ଏହି ଭିଡିଓ ଆପଣଙ୍କ ସାଥି ଦେଖିଲା ପରେ କ’ଣ ଅନୁଭବ କରିବ । କିନ୍ତୁ ଟିକେ ଧ୍ୟାନ ଦେବେ ଯେ ଆପଣଙ୍କ ବାନ୍ଧବୀଙ୍କୁ ଏହି ଭିଡିଓ ପସନ୍ଦ ଆସୁଥିବା ଦରକାର । ହୁଏତ ଆପଣଙ୍କ ଏହି ପ୍ରପୋଜ ଆପଣଙ୍କ ସାଥିଙ୍କ ମନ ଛୁଇଁ ପାରେ ।

ଆଲାରାମ ପ୍ରପୋଜ 

ସର୍ବେପ୍ରଥମେ ଆପଣ ଏକ ଅଡିଓ ରିକେର୍ଡ କରି କୁହନ୍ତୁ, ‘ବେକ ଅଫ ହାସିନା, ଅଙ୍କିତ ଲଭ ୟୁ’ । ଏହାପରେ ଆପଣ ଏହି ଅଡିଓକୁ ନିଜ ବାନ୍ଧବୀଙ୍କ ନିକଟକୁ ପଠାଇ ଆଲାରାମ ସେଟ କରି ଦିଅନ୍ତୁ । ଆପଣ ରାତି ୨ ଟା ସମୟରେ ବି ଆଲାରାମ ରଖିପାରିବେ କାରଣ ଏହି ସମୟରେ ଆପଣଙ୍କ ସାଥି ଗଭୀର ନିଦରେ ଶୋଇଥାଇନ୍ତି । ହୁଏତ ଆପଣଙ୍କ ସାଥି ଏହା ଶୁଣି ଖୁସି ହେଇ ଯାଇପାରନ୍ତି ।

ଟି-ସାର୍ଟ ପ୍ରପୋଜ 

ଆପଣଙ୍କ ସାଥିର ହୃଦୟ ଜିତିବା ପାଇଁ ଆପଣଙ୍କୁ ଏହି ଉପାୟ ସାହାଯ୍ୟ କରିପାରେ । ପ୍ରଥମେ ଏକ ସଫା ଟି-ସାର୍ଟ ଦିଅନ୍ତୁ । ଏଥିରେ ଆପଣଙ୍କ ଦୁହିଁଙ୍କ ଛବି ଓ ଆପଣଙ୍କ ହୃଦୟର କଥାକୁ ପ୍ରିଣ୍ଟ କରି ଦିଅନ୍ତୁ । ତା’ପରେ ଏହି ଟି-ସାର୍ଟକୁ ଜ୍ୟାକେଟ ଭିତରେ ପିନ୍ଧି ବାନ୍ଧବୀ ପାଖକୁ ଯାଆନ୍ତୁ । ଆପଣଙ୍କ ସାଥି ପାଖକୁ ପହଂଚିଲା ପରେ ସୁନ୍ଦର ହସ ସହ ଜ୍ୟାକେଟ ଖୋଲି ଦିଅନ୍ତୁ । ଏହା ଦେଖି ଆପଣଙ୍କ ସାଥି ଖୁସି ହୋଇପାରନ୍ତି ।

କେକ, ଚୋକଲେଟ ତଥା ତାଙ୍କ କିଛି ପସନ୍ଦ ଜିନିଷକୁ ଲୁଚାଇ ରଖନ୍ତୁ ।

ଆପଣ ଆପଣଙ୍କ ସାଥିକୁ କେକ ବା ଚକଲେଟ ସହ ରିଙ୍ଗ ଲୁଚାଇ ଗିଫ୍ଟ ଦେଇପାରିବେ । ଏହା ସହ ର୍ୟାପରରେ ମନକୁ ଛୁଇଁଲା ଭଳି ଏକ ମେସେଜ ପଠାନ୍ତୁ । ଆପଣ ପ୍ରପୋଜ କରିବା ଉପାୟ ଏବଂ ସେହି ଜାଗାକୁ ଆପଣଙ୍କ ସାଥି ଭୁଲି ପାରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More