Only for Entertainment

ରିଲିଜ ହେଲା ପୁଚୁକି ଗାଲିର ରିକ୍ରିଏସନ , ଦେଖିବାକୁ ମିଳିଲା ଶୈଳେନ୍ଦ୍ରଙ୍କ ଜବରଦସ୍ତ ଡାନ୍ସ !

111

ଶୈଳେନ୍ଦ୍ରଙ୍କ “ତୋ ଘର ବାଟ ଦେଇ ” ଗୀତରେ ଡ୍ୟାନ୍ସ୍ ଓ ଏକ୍ସପ୍ରେସନ୍ ସମସ୍ତଙ୍କୁ ପସନ୍ଦ ଆସିଥିଲା । @mkmukesh99 ଙ୍କ ଟିମ୍ ଓ ଶୈଳେନ୍ଦ୍ର ଙ୍କ ଟିମ୍ ଆପଣ ମାନଙ୍କ ପାଇଁ ଏବେ ନେଇ ଆସିଛନ୍ତି ପୁଚୁକିଗାଲି ଡ୍ୟାନସ୍ ଭର୍ସନ । ଏହି ଗୀତ ଏବେ ସୋସିଆଲ ମିଡିଆରେ ଧମାଲ ମଚାଇବା ଆରମ୍ଭ କରି ଦେଇଛି । ଏଥର ପୂଜାରେ ଏହି ଗୀତ କମାଲ ଦେଖାଇବ ବୋଲି ଆଶା କରାଯାଉଛି । ଗୀତଟି ଖୁବ ଜବରଦସ୍ତ ହୋଇଥିବା ବେଳେ ଏହି ଗୀତରେ ଶୈଳେନ୍ଦ୍ରଙ୍କ ଡାନ୍ସ ଗୀତକୁ କରିଛି ଆହୁରୀ ଜବରଦସ୍ତ । ଚାଲନ୍ତୁ ଦେଖିବା ଗୀତଟି କେମିତି ହୋଇଛି ।

ତେବେ ପୂର୍ବ ଗୀତ’ତୋ ଘର ବାଟ ଦେଇ’ରେ ଯେପରି ଡାନ୍ସ ଏବଂ ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ । ସେହିଭଳି ଏହି ଗୀତ ଦର୍ଶକଙ୍କୁ ଖୁବ ପସନ୍ଦ ଆସିପାରେ । ତେବେ ଏହି ‘ପୁଚୁକି ଗାଲି’ ଗୀତ ବିଷୟରେ କହିବାକୁ ଗଲେ ଏହି ୯୦ଦଶକର ଗୀତରେ କଣ୍ଠଦାନ କରିଥିଲେ ସୋନୁ ନିଗମ । ଯାହା ସୁପର ଡୁପର ହିଟ ହୋଇଥିଲା । ଏବେ ମଧ୍ୟ ଏହାକୁ ଦର୍ଶକ ଖୁବ ପସନ୍ଦ । ତେବେ ଏହି ଗୀତରେ ସିଦ୍ଧାର୍ଥ ମହାପାତ୍ର ଏବଂ ଇନ୍ଦିରା କ୍ରିଷ୍ଣନଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଥିଲା । ଏହା ଫିଲ୍ମ ସୁନା ପଂଜୁରୀର ଜବରଦସ୍ତ ହିଟ ସଙ୍ଗ ହୋଇଥିଲା । ଯାହାକୁ ଆଜି ମଧ୍ୟ ଯୁବାପିଢି ପସନ୍ଦ କରୁଛନ୍ତି । ତେବେ ଗୀତ ଆଗକୁ ସତରେ କ’ଣ କମାଲ ଦେଖାଉଛି ଏବଂ ଏହାର ରିମେକକୁ ଅରିଜିନାଲ ଗୀତ ଭଳି ଗ୍ରହଣ କରୁଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More