Only for Entertainment

ଭାଇରାଲ ହେବାରେ ଲାଗିଛି କୁନି ଝିଅଙ୍କ ଭଏସରେ ‘ପୁଚୁକି ଗାଲି’ ଗୀତ, ଦେଖନ୍ତୁ କ୍ୟୁଟ ଭିଡିଓ

facebook
981

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏହାରି ମଧ୍ୟରୁ କିଛି ଭଲ ଭିଡିଓ ଥାଏ କିଛି ଖରାପ । ସୋସିଆଲ ମିଡିଆ ଦ୍ୱାରା ଅନେକ ଲୋକଙ୍କ ଟ୍ୟାଲେଣ୍ଟ ଲୋକଙ୍କ ସାମ୍ନାକୁ ଆସିଥାଏ ଏବଂ ସେମାନେ ରାତି ରାତି ଇଣ୍ଟରନେଟ ସେନସେସନ ପାଲଟିଯାଆନ୍ତି । ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ଜଣେ କୁନି ଝିଅ ଓଡିଆ ଗୀତ ‘ପୁଚୁକି ଗାଲି’କୁ କ୍ୟୁଟ ଅନ୍ଦାଜରେ ଗାଉଥିବାର ଦେଖିବାକୁ ମିଳିଛି । କୁନି ଝିଅର ଏପରି ଅନ୍ଦାଜ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ପୁଚୁୂକି ଗାଲି ଗୀତକୁ ରିକ୍ରିଏଟ କରିଥିବା ଶୈଳେନ୍ଦ୍ର ସାମନ୍ତରାୟ ନିଜ ଫେସବୁକ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିଛନ୍ତି ।

ଏହି ଭିଡିଓ ସେୟାର କରାଯିବାର ମାତ୍ର ୨୨ ଘଣ୍ଟା ମଧ୍ୟରେ ଏହାକୁ ୬୦ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି । ଏହା ସହିତ ଭିଡିଓକୁ ୨ ହଜାରରୁ ଅଧିକ ଲୋକେ ସେୟାର କରିଛନ୍ତି । ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More