Only for Entertainment

ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି କଳା ଦିବସ ପାଳିବେ ସିନେମା ଏବଂ ଟେଲିଭିଜନ କର୍ମୀ, ବନ୍ଦ ରହିବ ସୁଟିଂ

Bollywood Tadka
27

ପୁଲୱାମା ଜିଲ୍ଲାର ଅବନ୍ତିପୋରାରେ ହୋଇଥିବା ଆତଙ୍କବାଦୀ ହାମଲାକୁ ପୂରା ଦେଶ ନିନ୍ଦା କରୁଛି । ଏହା ସହିତ ଆତଙ୍କବାଦୀମାନଙ୍କୁ ମୂଳପୋଛ କରିବା ପାଇଁ ଲୋକେ ସୋସିଆଲ ମିଡିଆରେ ଅପିଲ ମଧ୍ୟ କରୁଛନ୍ତି । ପ୍ରତ୍ୟେକ ଏହି ଘଟଣାକୁ ନେଇ ନିଜ ନିଜ ଭାବନାକୁ ବ୍ୟକ୍ତ କରୁଛନ୍ତି । ଫେଡରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଇମ୍ପଲାଇଜ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ୧୭ ଫେବୃଆରୀ ଦିନ ଦୁଇଟାରୁ ଚାରିଟା ପର୍ଯ୍ୟନ୍ତ ଫିଲ୍ମ ସୁଟିଂ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ଏହି ସମୟରେ ସିନେମା ଏବଂ ଟେଲିଭିଜନ ଶୋ’ ସହ ଜଡିତ ସମସ୍ତ କର୍ମୀ ଏବଂ ଟେକନିସିଆନ ଦିନ ୧୨ ଟା ବେଳେ ଗୋରେଗାଁୱର ଫିଲ୍ମ ସିଟି ଷ୍ଟୁଡିଓର ଗେଟ ସାମ୍ନାରେ ଉପସ୍ଥିତ ରହିବେ ।

film

ଫେଡରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଇମ୍ପଲାଇଜ ଅଧ୍ୟକ୍ଷ ବିଏନ ତିୱାରୀ, ମହାସଚିବ ଅଶୋକ ଦୁବେ, ଫିଲ୍ମ ସେଟିଂ ଏଲାଇଡ ଶ୍ରମିକ ସଙ୍ଗଠନର ନେତା ଗଙ୍ଗେଶ୍ୱରଲାଲା ଶ୍ରୀବାସ୍ତବ କହିଛନ୍ତି ଯେ, ୧୪ ଫେବୃଆରୀରେ ପୁଲୱାମାରେ ହୋଇଥିବା ଆତଙ୍ଗବାଦୀ ଆକ୍ରମଣରେ ୪୨ ସିଆରପିଏଫ ଜବାନ ସହିଦ ହୋଇଥିବା ଘଟଣା ପୂରା ଦେଶକୁ ମର୍ମାହିତ କରିଦେଇଛି । ସିନେମା ଇଣ୍ଡଷ୍ଟ୍ରୀ ମଧ୍ୟ ଏହି ଘଟଣାରେ ଦୁଃଖିତ । ଆମେ ଦାବି କରୁଛୁ ଯେ, ସେନାର ଜବାନ ମାନଙ୍କ ପାଇଁ ମଧ୍ୟ କଡା ସୁରକ୍ଷା ରହୁ ।

ସେ କହିଛନ୍ତି ଯେ, ଆମର ସମସ୍ତ ସଦସ୍ୟ ୧୭ ଫେବୃଆରୀରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ କୌଣସି କାମ କରିବେ ନାହିଁ । ଏହି ସମୟରେ ପୋଷ୍ଟ ପ୍ରଡକ୍ସନ କାମ ମଧ୍ୟ ବନ୍ଦ ରହିବ । ପୂରା ମୁମ୍ବାଇର ସମସ୍ତ ଷ୍ଟୁଡିଓରେ ଦୁଇଟାରୁ ଚାରିଟା ପର୍ଯ୍ୟନ୍ତ ସବୁ ସୁଟିଂ ବନ୍ଦ ରହିବ । ଶ୍ରୀ ତିୱାରୀ ସମସ୍ତ ଫିଲ୍ମ ଏବଂ ଟେଲିଭିଜନ ନିର୍ମାତା ତଥା କଳାକାରମାନଙ୍କୁ ନିବେଦନ କରିଛନ୍ତି ଯେ ଏହି ଦିନକୁ କଳାଦିନ ଭାବେ ପାଳନ କରିବା ପାଇଁ । ଏବେ ଦେଖିବାକୁ ବାକି ରହିଲା ଭରତ ଏହି ଆତଙ୍କବାଦ ଆକ୍ରମଣ୍ର ଜବାବ କିପରି ଦେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More