Only for Entertainment

ପୁଲବାମା ମାମଲା: ଏମ.ଜେ.ଅକବରଙ୍କ ଟ୍ୱିଟରେ ଅଭିନେତ୍ରୀ ରିଚା ଚଢାଙ୍କ ଆକ୍ରମଣ !

31

ବଲିଉଡ ଅଭିନେତ୍ରୀ ରିଚା ଚଢା ଏଭଳି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଯେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ସେ ସମସ୍ତ ପ୍ରକାର ଘଟଣା ଉପରେ ନିଜ ମତ ରଖିବାକୁ ପଛାନ୍ତି ନାହିଁ ।

ଏବେ ଟ୍ୱିଟରରେ ରିଚା ଚଢାଙ୍କ ନଜରର ଶିକାର ହୋଇଛନ୍ତି ବିଦେଶ ରାଜ୍ୟମନ୍ତ୍ରୀ ଏମ.ଜେ.ଅକବର । ଅସଏଲରେ ଗତ କିଛି ଦିନ ତଳେ ଏମ.ଜେ.ଅକବର ଟ୍ୱିଟ କରି ଲେଖିଛନ୍ତି , ପୁଲବାମା ଆତଙ୍କବାଦୀଙ୍କୁ ଅନେକ ପ୍ରକାର ଦଣ୍ଡ ମିଳିବା ଉଚିତ ।

ଅକବରଙ୍କ ଟ୍ୱିଟରେ ଆଜି ରିଚା ରିପ୍ଲାଇରେ କହିଛନ୍ତି ଯେ, ‘ଏବଂ ଯୌନଶୋଷଣକାରୀଙ୍କୁ’ ? ଅକବର ଏବଂ ରିଚାଙ୍କ ଏହି ଟ୍ୱିଟରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଏମ.ଜେ.ଅକବର ସେ ସମୟରେ ଚର୍ଚ୍ଚାରେ ଆସିଥିଲେ ଯେ ଯେଉଁ ସମୟରେ ତାଙ୍କ ଉପରେ ମିଟୁ ମୂଭମେଂଟ ଜରିଆରେ ଯୌନ ଉତ୍ପୀଡନର ଆରୋପ ଲାଗିଥିଲା । ଏହି କାରଣରୁ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଥିଲା ।

ଅକବରଙ୍କ ଉପରେ ପାଖାପାଖି ୧୨ଜଣ ମହିଳା ଅନୁଚିତ ବ୍ୟବହାର ଏବଂ ଯୌନ ଉତ୍ପୀଡନର ଆରୋପ ଲଗାଇଥିଲେ । ଏହି କଥିତ ଘଟଣା ସେବେର ଅଟେ ଯେବେ ଅକବର ପତ୍ରକାର ଏବଂ ସମ୍ପାଦକ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More