Only for Entertainment

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ପ୍ରଶଂସା କଲେ ଅଲ୍ଲୀ ଜଫର, ସୋସିଆଲ ମିଡିଆରେ ହେଲେ ଟ୍ରୋଲ

DNA India
44

ସାରା ଦେଶ ଏବେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଦାବି କରି ଚାଲିଥିବା ବେଳେ ପାକିସ୍ତାନ କଳାକାରଙ୍କୁ ମଧ୍ୟ ଭାରତରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆ ଯାଇଛି । ଏ ମଧ୍ୟରେ ଅଭିନେତା ଅଲ୍ଲୀ ଜଫର କରିଥିବା ଟୁଇଟ୍‌କୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି ।

ସୂଚନା ମୁତାବକ, ମଙ୍ଗଳବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ପୁଲଓ୍ଵାମା ଆକ୍ରମଣରେ ପାକିସ୍ତାନର ହାତ ନଥିବା କହିଥିଲେ । ବିନା କାରଣରେ ଭାରତ ପାକିସ୍ତାନକୁ ଏ ଘଟଣା ପାଇଁ ଦାୟୀ କରୁଛି । ଟିଭି ଏବଂ ରେଡିଓ ଜରିଆରେ ସେ ପାକିସ୍ତାନୀମାନଙ୍କୁ ସମ୍ବୋଧନ କରି “ବିନା କୌଣସି ପ୍ରମାଣରେ ଭାରତ ଏହି ଘଟଣା ପାଇଁ ପାକିସ୍ତାନକୁ ଦାୟୀ କରୁଛି । ଯାହା ଅତ୍ୟନ୍ତ ନୀନ୍ଦନୀୟ । ଯଦି ଭାରତ ଏହି ଘଟଣାକୁ ନେଇ ପାକିସ୍ତାନ ଉପରେ ଆକ୍ରମଣ କରେ, ତେବେ ଆମେ ଚୁପ୍‌ ବସିବୁ ନାହିଁ । ଆମେ ମଧ୍ୟ ପ୍ରତି ଆକ୍ରମଣ କରିବୁ” ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଥିଲେ । ଏହି ଭାଷଣ ପ୍ରସାର ହେବା ପରେ ଅଭିନେତା ଅଲ୍ଲୀ ଜଫର ଏହାକୁ ପ୍ରଶଂସା କରି ହ୍ଵାଟ୍‌ ଏ ସ୍ପିଚ୍‌ ଲେଖି ଟୁଇଟ୍‌ କରିଛନ୍ତି ।

ତାଙ୍କର ଏଭଳି ଟୁଇଟ୍‌ ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । କିଛି ଲୋକ, “ଏବେ ଭାରତ ଆସ୍‌ରେ ପୁଅ, ତୋର ବ୍ୟାଣ୍ଡ ବଜେଇ ଦେବୁ” ବୋଲି ଲେଖିଥିବା ବେଳେ କିଛି ଲୋକ “ଏବେ ବଲିଉଡ୍‌ରେ ଅଭିନୟ କରିବା ପାଇଁ ଭିକ ମାଗିବୁ ନାହିଁ” ବୋଲି ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More