Only for Entertainment

ପୁଲୱାମା ଅତଙ୍କବାଦୀ ଆକ୍ରମଣ : ନବଜୋତ ସିଂ ସିଦ୍ଧୁଙ୍କୁ କଡା ସମାଲୋଚନା କଲେ ଅନୁପମ ଖେର, କହଲେ ଯେଉଁ ଲୋକ…

Zee News
72

୧୪ ଫେବୃଆରୀରେ ଜମ୍ମୁ-କାଶ୍ମୀରର ପୁଲୱାମା ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପୂରା ଦେଶକୁ ଦୋହଲାଇ ଦେଇଛି । ଜୈସ-ଏ-ମୋହମ୍ମଦ ଦ୍ୱାରା କରାଯାଇଥିବା ଏହି ଆତ୍ମଘାତୀ ଆକ୍ରମଣରେ ୪୨ ସିଆରପିଏଫ ଜବାନ ସହିଦ ହେବା ପରେ ପୂରା ଦେଶ ଏହାକୁ ନିନ୍ଦା କରିଛି । ପାକିସ୍ତାନକୁ ନେଇ ଦେଶରେ ଆକ୍ରୋଶ ଦେଖାଦେଇଥିବା ବେଳେ କ୍ରିକେଟର ତଥା ପଂଜାବ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ ଦେଶ ବିରୋଧୀ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି । ସାଦାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ସିନ୍ଧୁଙ୍କୁ କଡା ସମାଲୋଚନା କରୁଥିବା ବେଳେ ଏବେ ଅଭିନେତା ଅନୁପମ ଖେର ସିଦ୍ଧୁଙ୍କୁ ଆପେକ୍ଷ କରି କହିଛନ୍ତି ।

ଅସଲରେ ଜଣେ ୟୁଜର ଅନୁପମ ଖେରଙ୍କୁ ପ୍ରଶ୍ନ କରି ଲେଖିଥିଲେ, ‘ଖାସ କରି କମ୍ୟୁନିଟି କ’ଣ ଦଣ୍ଡ ଦେବା ଦରକାର ? #NavjotSinghSidhu?#AskAnupam.’ ଏହାର ଉତ୍ତର ଦେଇ ଅନୁପମ କରିଥିଲେ, ‘କେବେ କେବେ ଯେଉଁମାନେ ଅଧିକ କଥା କହିଥାନ୍ତି ସେମାନେ ଆପଣଙ୍କୁ ବାଜେ କଥା ମଧ୍ୟ କୁହାଇପାରନ୍ତି । ’

କହିରଖୁଛୁ ଯେ, ସିଦ୍ଧୁଙ୍କୁ ଦେଶ ବିରୋଧୀ ମନ୍ତବ୍ୟ ଖୁବ ମହଙ୍ଗା ପଡିଛି । ଏହି କାରଣରୁ ତାଙ୍କୁ କପିଲ ଶର୍ମା ଶୋ’ରୁ ମଧ୍ୟ ବାହାର କରିଦିଆଯାଇଛି । କେବଳ ଏତିକି ନୁହେଁ ଲୋକେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ମଧ୍ୟ ଦାବି କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More