Only for Entertainment

କ୍ୟାବିନେଟ ମୁଖ୍ୟ ବୈଠକରେ ପହଂଚିଲେ ନାହିଁ ନବଜୋତ ସିଂ ସିଦ୍ଧୁ, ରାସ୍ତାକୁ ଓହ୍ଲାଇଲେ ଲୋକ, ଏଭଳି ବିକ୍ଷୋଭ ପ୍ରଦର୍ଶନ କଲେ ଯୁବ ମୋର୍ଚ୍ଚା ।

amarujala
33

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ସମର୍ଥନରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ନବଜୋତ ସିଂ ସିଦ୍ଧୁ । ଯାହାପରେ ତାଙ୍କୁ କପିଲ ଶର୍ମା ଶୋ’ରୁ ବାହାର କରିଦିଆଯାଇଛି । ଗତକାଲି ଅର୍ଥାତ ରବିବାରକୁ କ୍ୟାବିନେଟର ମୁଖ୍ୟ ବୈଠକରେ ସିଦ୍ଧୁ ପହଂଚିଲେ ନାହିଁ ।

ଗୁରୁ ନଗରୀରେ ଭାଜପା ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନବଜୋତ ସିଦ୍ଧୁଙ୍କ ପୋଷ୍ଟରରେ ସ୍ୟାହି ବୋଳି ବିକ୍ଷୋଭ ପ୍ରଦର୍ଶନ କଲେ । ଭାଜପା କାର୍ଯ୍ୟକର୍ତ୍ତାମାନେ ସିଦ୍ଧୁଙ୍କ ବିରୁଦ୍ଧରେ ନାରା ଲଗାଇଲେ । କେବଳ ସେତିକି ନୁହେଁ ସିଦ୍ଧୁଙ୍କ ପୋଷ୍ଟର ନିଆଁ ମଧ୍ୟ ଲଗାଇଦେଲେ । ଭାଜପା ଯୁବା ମୋର୍ଚ୍ଚାର ଜିଲ୍ଲା ମୁଖ୍ୟ ଗୌତମ ଅରୋରା କହିଲେଯେ ସିଦ୍ଧୁଙ୍କ ପାଇଁ ପାଉଁଜି ଅଣାଯାଉ । ଯଦି ସିଦ୍ଧୁ ପାକିସ୍ତାନକୁ ଏତେ ପ୍ରେମ କରୁଛନ୍ତି ତେବେ ସେଠାରେ ଯାଇ ରାଜନୀତିରେ ଭବିଷ୍ୟ ଗଢନ୍ତୁ । କ୍ୟାବିନେଟ ବୈଠକରେ ସିଦ୍ଧୁଙ୍କ ମନ୍ତବ୍ୟ ବିଷୟରେ ମଧ୍ୟ ଚର୍ଚ୍ଚା କରାଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More