ଓଜନ କମାଇବା ପାଇଁ ଆପଣ କେତେ ପ୍ରଚେଷ୍ଟା ନ କରନ୍ତି । କେହି କେହି ଯୋଗ କରନ୍ତିତ କେହି ଜିମ ଯାଆନ୍ତି ଆଉ କେହି ଡାଇଟ କରନ୍ତି । ତେବେ ଏଥିପାଇଁ ଖୁବ କଷ୍ଟ କରିବାକୁ ପଡ଼େ । କିନ୍ତୁ ଆପଣ ଜାଣନ୍ତିକି ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ଉଚିତ ସମୟରେ ଖାଇବା ଦ୍ୱାରା ଓକନ ହ୍ରାସ ହୋଇଥାଏ । ସବୁଠାରୁ ଖାସ କଥା ହେଉଛି ଓଜନ କମ କରିବା ପାଇଁ ନିଜକୁ ସେତିକି ପ୍ରରିଶ୍ରମ କରିବାକୁ ପଡ଼ିବ,ତେବେ ଯାଇ ଆପଣ ସ୍ଲିମ ଫିଗର ପାଇପାରିବେ ।ତେବେ ସେହିଭଳି ଏକ ଖାଦ୍ୟ ହେଉଛି କଖାରୁ ମଂଜି । ଏହାକୁ ଯଦି ଆପଣ ଡାଇଟରେ ସାମିଲ କରିବେ ତେବେ ଓଜନ ହ୍ରାସ ହୋଇପାରିବ । କଖାରୁ ମଂଚି ଦେଖିବାକୁ ଛୋଟ ଆକାରର କିନ୍ତୁ ଶରୀର ପାଇଁ ଖୁବ ଲାଭକାରୀ ।ଓଜନ କମାଇବା ପାଇଁ ଏକ ଖୁବ ଭଲ ସ୍ନାକ୍ସ ହେଉଛି କଖାରୁ ମଂଜି ।ଡିକେ ପବ୍ଲିସିଙ୍ଗ ହାଉସର ‘ହିଲିଙ୍ଗ ଫୁଡ’ ବହି ଅନୁସାରେ ଭିଟାମିନ ବି, ମ୍ୟାଗ୍ନେସିୟମ,ଆଇରନ ଏବଂ ପ୍ରୋଟିନ ପାଇଁ କଖାରୁ ମଂଜି ଏକ ଭଲ ଉତ୍ସ । ଏଥିରେ ଉଚ୍ଚ ସ୍ତରୀୟ ଆବଶ୍ୟକୀୟ ଫ୍ୟାଟି ଏସିଡ ରହିଛି ।ଏହା କୋଲେଷ୍ଟ୍ରଲ କମ କରିବାରେ ସହାୟକ ହୋଇଥାଏ ।ଏଥିରେ ଥିବା ଫାଇବର ଆପଣଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଭୋକ ହେବାକୁ ଦେଇନଥାଏ । ତେବେ ଆପଣ କଖାରୁ ମଂଜିକୁ କଂଜା,ଭଜା ବା ଭାଜି ତାହାକୁ ଭିଜାଇ ଯେକୌଣସି ପ୍ରକାରର ଖାଇପାରିବେ ।
କଖାରୁରେ ଥିବା ଜିଙ୍ଗ ମେଟାବଲିଜିମ ସ୍ତରକୁ ବଢାଇବାରେ ସହାୟକ ହୋଇଥାଏ ।ତେଣୁ ଆଗାମୀ ଥର ଆପଣ ସ୍ନାକ୍ସରେ ଅନ୍ୟ କିଛି ଖାଇବା ସାମିଲ କରିବା ପୂର୍ବରୁ କଖାରୁ ମଂଜିକୁ ସାମିଲ କରି ଦେଖନ୍ତୁ ।