Only for Entertainment

ତାଜା ଅନୁଭବ କରାଏ କଖାରୁ, ଓଜନ କମାଇବା ସହିତ କରିଥାଏ ଏହି ସମସ୍ତ ଉପକାର ।

vendetupagina.info
26

ଦେଶୀ ପରିବା ପରି ମନେହେଉଥିବା ପରିବା ଭିତରୁ ଗୋଟିଏ ବିଦେଶୀ ପରିବା ହେଉଛି ବୋଇତିକଖାରୁ। ଏହାର ଜନ୍ମସ୍ଥାନ ଦକ୍ଷିଣ ଆମେରିକା ହୋଇଥିଲେ ମଧ୍ୟ ସମ୍ପ୍ରତି ବିଶ୍ୱର ସବୁଠୁ ଅଧିକ କଖାରୁ ଫଳାଉଥିବା ଦେଶ ହେଉଛି ଭାରତ। କଖାରୁର ଡଙ୍କଠୁ ଆରମ୍ଭ କରି ପତ୍ର, ଫୁଲ ଓ ଫଳ, ଚୋପା, ଅନ୍ତିଃ, ମଞ୍ଜି ଇତ୍ୟାଦି ସବୁ ରାନ୍ଧି ଖାଇ ହୁଏ। ଶରୀର ପାଇଁ କଖାରୁ ଅନେକ ଉପକାର କରେ।

କଖାରୁରେ କୋଲେଷ୍ଟେରୋଲ୍‌, ସୋଡିୟମ୍‌ ଏବଂ ଚର୍ବି ଅଂଶ ନ ଥିବାରୁ ଏହା ଓଜନ କମାଇବାରେ ସହାୟକ ହୁଏ।

କମ୍‌ କ୍ୟାଲୋରି: ୧୦୦ ଗ୍ରାମ୍‌ କଞ୍ଚା କଖାରୁରେ ମାତ୍ର ୨୬ କ୍ୟାଲୋରି ଥାଏ। ତେଣୁ ଭଲ କରି ରାନ୍ଧି ପାରିଲେ ଅପେକ୍ଷାକୃତ କମ୍‌ କ୍ୟାଲୋରି ସହ ସମ୍ପୂର୍ଣ୍ଣ ପୋଷକତତ୍ତ୍ୱ ମିଳିପାରିବ।

ଅଧିକ ତନ୍ତୁ: ୧୦୦ ଗ୍ରାମ୍‌ କଖାରୁରେ ରହିଛି ୦. ୫ ଗ୍ରାମ୍‌ ତନ୍ତୁ। ଖାଦ୍ୟ ହଜମ ପାଇଁ ତନ୍ତୁ ଗୁରୁତ୍ୱପୂର୍ଣ୍ଣ। ତନ୍ତୁ କେବଳ ଓଜନ ହ୍ରାସ ପାଇଁ ସହାୟକ ହୁଏ ନାହିଁ ଭୋକର ଜ୍ୱାଳା ମଧ୍ୟ କମାଏ। ତେଣୁ ମଝି ମଝିରେ ଖାଇବାକୁ ମନ ହୁଏ ନାହିଁ।

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ: କଖାରୁରେ ଥିବା ଅତ୍ୟାବଶ୍ୟକ ଭିଟାମିନ୍‌ ସି ଏବଂ ବିଟା କାରୋଟିନ୍‌ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ରୋଗ ପ୍ରତିରୋଧକ ଶକ୍ତି ନିରାପଦରେ ଓଜନ କମାଇବାରେ ସହାୟକ ହୋଇଥାଏ।

ମିଜାଜ୍‌ ଭଲ ରଖେ: କଖାରୁରେ ଥାଏ ଟ୍ରାଇଟୋଫାନ୍‌ ନାମକ ଏମିନୋ ଏସିଡ୍‌ ଯାହା ପ୍ରାକୃତିକ ମିଜାଜ୍‌ ଖୁସିକାରୀ ଭାବେ ପରିଚିତ। ତାହା ଚାପର କ୍ଳାନ୍ତି ମଧ୍ୟ ଦୂରେଇ ଥାଏ। ଶରୀରକୁ ସକ୍ରିୟ ରଖିବା ନିମନ୍ତେ ଖୁସିବାସିଆ ମିଜାଜ୍‌ ଅତି ଜରୁରି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More