Only for Entertainment

ନିଆରା ଗଣେଶ ମୂର୍ତ୍ତି, ୧୦ହଜାର ଗୁପ୍ଚୁପରେ ନିର୍ମିତ ହେଲା ମୂର୍ତ୍ତି !

NDTV
0 36

ଦେଶରେ ଗଣେଷ ଚତୁର୍ଥୀକୁ ମହାଆଡମ୍ବରେ ପାଳନ କରାଯାଇଛି। ପୁଣେରେ ଏକ ଦୋକାନ୍‌ରେ ଇକୋ-ଫେଣ୍ଡଲି ଥିମ୍‌କୁ ଧ୍ୟାନରେ ରଖି ଗଣପତିଙ୍କ ମୂର୍ତ୍ତିକୁ ଗୁପ୍‌ଚୁପ୍‌ରେ ନିର୍ମିତ କରାଯାଇଛି। ଏହି ଗଣେଶ ମୂର୍ତ୍ତିକୁ ୧୦,୦୦୦ଟି ଗୁପ୍‌ଚୁପ୍‌ ଓ ବାଉଁଶ କାଠି ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଗଣେଶ ଭେଲର ମାଲିକ ଭିନ୍ନ ପ୍ରକାର ଗଣେଶ ମୂର୍ତ୍ତି ସେବେଠାରୁ ବନାଉଛନ୍ତି ଯେବେଠାରୁ ସେ ବିସ୍କୁଟରେ ଗଣେଶ ମୂର୍ତ୍ତି ନିର୍ମିତ ହୋଇଥିବା ଦେଖିଥିଲେ।

ଗଣେଶ ଭେଲର ମାଲିକ ରମେଶ ଗୁଡ଼ମେଓ୍ଵରଙ୍କ କହିବାନୁସାରେ, ତାଙ୍କର ଚାଟର ବ୍ୟବସାୟ ରହିଛି। ସେଥିପାଇଁ ତାଙ୍କର ଏଭଳି ଗଣେଶ ମୂର୍ତ୍ତି ନିର୍ମାଣ କରିବାର ବିଚାର ମନକୁ ଆସିଲା। ୨୦୧୧ରେ ଭେଲର ସାମଗ୍ରୀରୁ ଗଣେଶ ମୂର୍ତ୍ତି ବନା ଯାଇଥିଲା। ଚଳିତଥର ଗୁପ୍‌ଚୁପ୍‌ରେ ଗଣେଶ ମୂର୍ତ୍ତି ବନାଇବାକୁ ସ୍ଥିର କରିଥିଲେ। ଶିଳ୍ପୀ ପ୍ରଶାନ୍ତ ସାଲୁଙ୍କେ ଏହି ମୂର୍ତ୍ତିକୁ ଡିଜାଇନ୍‌ କରିଥିଳେ। ସେ କହିଥିଲେ, ଏହି ଗଣେଶଙ୍କ ମୂର୍ତ୍ତି ପାଇଁ ୧୦,୦୦୦ଗୁପ୍‌ଚୁପ୍‌ ଖଞ୍ଜା ଯାଇଛି , ମୂର୍ତ୍ତିକୁ ସମ୍ପୂର୍ଣ୍ଣ ଭାବେ ନିର୍ମାଣ କରିବା ପାଇଁ ୧୦୦ଘଣ୍ଟାର ସମୟ ଲାଗିଥିଲା। ଏଥିରେ ବ୍ୟବହାର କରାଯାଇଥିବା ସମସ୍ତ ସାମଗ୍ରୀ ଇକୋ-ଫ୍ରେଣ୍ଡଲି ରହିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More