Only for Entertainment

ପୁରୁଣା କପଡାରୁ ସାନୀଟାରୀ ପ୍ୟାଡ ବନାଇ ଆଦିବାସୀ ମହିଳାଙ୍କୁ କରୁଛନ୍ତି ସାହାଯ୍ୟ, ମାଁଙ୍କୁ ଅସୁବିଧାରେ ଦେଖି ମିଳିଥିଲା ଏହି ପ୍ରେରଣା !

timesnow
40

ଆଦିବାସୀ ମହିଳାଙ୍କ ସୁସ୍ଥ ଜୀବନ ଉଦ୍ଦେଶ୍ୟରେ ପୁନେର ଏଖ ଏନଜିଓ ମହାନ କରୁଛନ୍ତି । ଏହି ଏନଜିଓ ପୁରୁଣା କପଡାରୁ ସାନିଟାରୀ ପ୍ୟାଡ ପ୍ରସ୍ତୁତ କରି ଗରିବ ଆଦିବାସୀ ମହିଳାଙ୍କୁ ସାହାଯ୍ୟ କରୁଛନ୍ତି । ପୁନେ ର ଆଖପାଖ ଗାଁ ରେ ଆଦିବାସୀ ମହିଳାମାନଙ୍କୁ ଏହି ପ୍ୟାଡ ବାଂଟି ମହାନତାର କାମ କରୁଛନ୍ତି । ଯେଉଁମାନେ ବଜାରରୁ ମହଙ୍ଗା ପ୍ୟାଡ କିଣିବାରେ ସକ୍ଷମ ନୁହଁନ୍ତି । ସେମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯାଇଛି ।

ସମାଜବନ୍ଧ ନାମକ ଏକ ଏନଜିଓର ଫାଉଣ୍ଡର ସଚିନ ଲୋକଙ୍କୁ ଅନୁରୋଧ କରିଛନ୍ତି ତାଙ୍କର ପୁରୁଣା କପଡା ଦାନ କରିବା ପାଇଁ । ଏହାବ୍ୟତୀତ ସେ ମହିଳା ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ସୋସିଆଲ ମିଡିଆରେ ଜାଗରୁକତା କାର୍ଯ୍ୟ ମଧ୍ୟ କରୁଛନ୍ତି । କେବଳ ସେତିକି ନୁହେଁ ନିଜେ ଲୋକଙ୍କ ଘରକୁ ଯାଇ ପୁରୁଣା କପଡା ସଂଗ୍ରହ କରୁଛନ୍ତି ।

ସଚିନ କହିଛନ୍ତି ଯେ ତାଙ୍କ ଘରେ କିଛି ଏଭଳି ଏକ ଘଟଣା ଘଟିଥିଲା ସେହିକାରଣରୁ ସେ ଏଭଳି କାମ କରିବା ଲାଗି ମନ ବଳାଇଥିଲେ । ଏହି ସମସ୍ୟା କାରଣରୁ ତାଙ୍କ ମା’ଙ୍କୁ ୟୁଟ୍ରସ ଅପରେସନ ଭଳି ସମସ୍ୟା ଦେଇ ଗତି କରିବାକୁ ପଡିଥିଲା ।

ସଚିନ ୨ବର୍ଷ ହେବ ଏହି କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଏବେ ୨୦୦୦ମହିଳା ଏହି କାର୍ଯ୍ୟରେ ଯୋଡି ହୋଇଗଲେଣି । ମାର୍କେଟରେ ମିଳୁଥିବା ପ୍ୟାଡ ମହଙ୍ଗା ହୋଇଥିବା କାରଣରୁ ସମସ୍ତଙ୍କ ପକ୍ଷେ କିଣିବା ସମ୍ଭବ ନୁହେଁ ଏବଂ ଏବେ ବି ମହିଳାମାନେ ମାର୍କେଟରୁ ପ୍ୟାଡ କିଣିବା ଲାଗି ଲାଜ କରନ୍ତି । ଏହିକାରଣରୁ ମାସିକ ଧର୍ମ ସମ୍ପର୍କରେ ବୁଝାଇବା ପାଇଁ ମହିଳା ଭଲ୍ୟୁଂଟର ରଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More