Only for Entertainment

ବିରୁଷ୍କାଙ୍କୁ କପି କରି ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଲଭବାର୍ଡ ପୁନିଶ-ବନ୍ଦଗୀ

India Today
0 54

ବିଗବସ-୧୧ର ଲଭବାର୍ଡ ପୁନିଶ ଶର୍ମା ଏବଂ ବନ୍ଦଗୀ କାଲରା ଯୋଡି ପୁଣି ଥରେ ଚର୍ଚ୍ଚାରେ । ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ପ୍ରେମକୁ ପ୍ରକାଶ କରୁଥିବା ନଜର ଆସିଥାନ୍ତି ଏହି ଯୋଡି ଏବଂ ଦୁହେଁ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରୁଥିବାର ଦେଖିବାକୁ ମିଳିଛି । କିନ୍ତୁ ନିକଟରେ ଏକ କିସିଂ ସେଲ୍ଫିକୁ ଦୁହେଁ ଶେୟାର କରିବା ପରେ ଏହି ଯୋଡି ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ।

ପୁନିଶ-ବନ୍ଦଗୀ ନିକଟରେ ଏକ ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ବନ୍ଦଗୀ ପୁନିଶଙ୍କ ଗାଲରେ କିସ କରୁଥିବାର ନଜର ଆସିଛନ୍ତି । କିନ୍ତୁ ଫଟୋରୁ ଜଣାପଡିଛି ଏହି ପୋଜକୁ ସେମାନେ ବିରାଟ- ଏବଂ ଅନୁଷ୍କାଠାରୁ କପି କରିିଛନ୍ତି ।
କିଛି ଦିନ ପୂର୍ବରୁ ଅନୁଷ୍କା ଇଂଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ଅନୁଷ୍କା ବିରାଟଙ୍କ ଗାଲକୁ କିସ କରୁଥିଲେ ଏବଂ ବରାଟ ସେଲ୍ଫି ନେଉଥିଲେ । ପୁନିଶ ଏବଂ ବନ୍ଦଗୀ ମଧ୍ୟ ଠିକ ସେହି ପୋଜରେ ସେଲ୍ଫି ନେଇଛନ୍ତି ।

ଲୋକଙ୍କୁ ପୁନିଶ ଏବଂ ବନ୍ଦଗୀଙ୍କ ଏହି ପୋଜ ପସନ୍ଦ ଆସିନାହିଁ ଏହା ସହିତ ଏହି କପଲ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହୋଇଛନ୍ତି । କେହି ବିରାଟ-ଅନୁଷ୍କାଙ୍କୁ ନକଲ କ’ଣ ପାଇଁ କରୁଛ ପ୍ରଶ୍ନ କରିଥିବା ବେଳେ ଅନ୍ୟ କେହି ନିଜକୁ ବିରାଟ-ଅନୁଷ୍କା ଭାବୁଛ ବୋଲି ପ୍ରଶ୍ନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More