Only for Entertainment

ପଂଜାବୀ ‘ସିଙ୍ଘମ’ର ଟ୍ରେଲର ରିଲିଜ ।

bollywood tadka
42

ବଲିଉଡ ଆକ୍ଟର ଅଜୟ ଦେବଗନ ଆକ୍ସନ ଫିଲ୍ମ ପାଇଁ ଅଧିକ ଜଣାଶୁଣା । ତାଙ୍କର ଏଭଳି କେତେକ ଫିଲ୍ମ ଅଛି ଯାହା ସୁପରହିଟ ହୋଇଛି । ଏହି ମଧ୍ୟରୁ ସିଙ୍ଘମ ହେଉଛି ଗୋଟିଏ । ବକ୍ସ ଅଫିସରେ ଫିଲ୍ମ ଜବରଦସ୍ତ ଇନକମ କରିଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ ପରିଥିଲେ ଏବଂ ଯେତେବେଳେ ମଧ୍ୟ ଟିଭିରେ ଏହି ଫିଲ୍ମ ଦିଏ ସମସ୍ତେ ବସିଯାଆନ୍ତି ଟିଭି ସାମ୍ନାରେ । ନିକଟରେ ଏହି ଫିଲ୍ମର ପଂଜାବୀ ରିମେକ ହୋଇଛି । ଯେଉଁଥିରେ ଅଜୟ ଦେବଗନଙ୍କ ସ୍ଥାନରେ ନଜର ଆସିଛନ୍ତି ପଂଜାବୀ ଆକ୍ଟର ପରମିଶ ବର୍ମା ।

ଫିଲ୍ମର ଟ୍ରେଲର ରିଲିଜ ହୋଇ ସାରିଛି । ଯେଉଁଥିରେ ପରମିଶଙ୍କ ବ୍ୟତୀତ ଅଭିନେତ୍ରୀ ସୋନମ ବାଜୱା ମୁଖ୍ୟ ଚରିତ୍ରରେ ନଜର ଆସିବେ । ପ୍ରାୟ ୩ ମିନିଟର ଲମ୍ବା ଟ୍ରେଲର ପରମିଶଙ୍କ ଡାଏଲଗରୁ ଆରମ୍ଭ ହେଉଛି, ଯେଉଁଥିରେ ସେ ପୋଲିସ ବର୍ଦ୍ଦିରେ ନଜର ଆସିଛନ୍ତି । ଏହାର ବ୍ୟାକଗ୍ରାଉଣ୍ଡରେ ଅରିଜିନାଲ ସିଙ୍ଘମର ମ୍ୟୁଜିକ ବାଜୁଛି ।

ଟ୍ରେଲରରେ ଜବରଦସ୍ତ ଆକ୍ସନ ନଜର ଆସିଛି । ଫିଲ୍ମରେ କରତାର ଚିମା ନେଗେଟିଭ ଚରିତ୍ରରେ ନଜର ଆସିଛନ୍ତି । ଯେଉଁଥିରେ ପରମିଶଙ୍କ ସହିତ ତାଙ୍କ ଝଲକ ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More