Only for Entertainment

ଆଙ୍କରରୁ ହିରୋଇନ ବନିଥିବା ଏହି ଓଲିଉଡ ଅଭିନେତ୍ରୀ ଏବେ ଚର୍ଚ୍ଚାରେ ।

you tube
0 63

ଆଙ୍କରରୁ ହିରୋଇନ ବନିଥିବା ପୁପୁଲ ଏବେ ଖୁବ ଚର୍ଚ୍ଚାରେ । ତାଙ୍କର ପ୍ରକୃତ ନାଁ ହେଲା ପାୟଲ ଭୂୟାଁ । ସେ ପୁପୁଲ ନାଁରେ ସମସ୍ତଙ୍କ ପାଖରେ ପରିଚିତ । ପୁପୁଲ ଜଣେ ଆଙ୍କର ଭାବେ ବେଶ ଲୋକପ୍ରିୟ । ସେ ପ୍ରଥମେ ଓଟିଭିରେ ପ୍ରସାରିତ ଇ-ନ୍ୟୁଜ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବେ ଛୋଟ ପରଦାକୁ ଆସି ଚର୍ଚ୍ଚିତ ହୋଇଥିଲେ । ଏହାପରେ ସେ ସାର୍ଥକ ଟିଭିରେ ପ୍ରସାରିତ ରଜ କୁଇନ, ମୁଁ ବି ହିରୋଇନ ହେବି ଆଦି ବିଭିନ୍ନ ରିଆଲିଟି ଶୋ’ରେ ଆଙ୍କରିଂ କରି ଲୋକପ୍ରିୟତା ହାସଲ କରିଥିଲେ ।

ଏବେ ପୁପୁଲ ଏକ ନୂଆ ଫିଲ୍ମରେ ଆଇଟମ ଗର୍ଲ ସାଜି ଏହି ଚର୍ଚ୍ଚା ପରିଶରକୁ ଆସିଛନ୍ତି । ସେ ନୂଆ ଓଡିଆ ସିନେମା ‘ବ୍ଲାକମେଲ’ରେ ବୋଉ ମାରିବ…ଗୀତରେ ନାଚି ପୁଣି ଥରେ ଧମାଲ କରିଛନ୍ତି । ଏହି ଗୀତରେ ପୁପୁଲଙ୍କୁ ଫିଲ୍ମର ନାୟକ ଅର୍ଦ୍ଦେନ୍ଦୁଙ୍କ ସହ ଦେଖିବାକୁ ପାଇବେ ଦର୍ଶକ ।

pupulପୁପୁଲ ପୂର୍ବରୁ ୨୦୧୪ରେ ରିଲିଜ ହୋଇଥିବା ଓଡିଆ ଫିଲ୍ମ ‘କାଉଁରି କନ୍ୟା’ରେ ନାୟିକା ଭାବେ ନଜର ଆସିଥିଲେ । ଏବେ ତାଙ୍କର ଅନ୍ୟ ଏକ ଓଡିଆ ସିନେମା ମୁକ୍ତିଲାଭ ଅପେକ୍ଷାରେ ରହିଛି । ଏହି ଫିଲ୍ମର ଟାଇଟଲ ରହିଛି ‘ଅନୁଭବ ଏ ଲଭରବୟ’ । ଏହି ସିନେମାରେ ପୁପୁଲଙ୍କୁ ସ୍ୱରଜ କୁମାରଙ୍କ ବିପକ୍ଷରେ ନାହିକା ଭାବେ ଦେଖିବାକୁ ମିଳିବ । ରଂଜନ-ଶଶୀ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସରୋଜ ବାରିକ । ଏଥିରେ ପୁପୁଲଙ୍କ ସହ ଚକ୍ରଧର ଜେନା, କାଳୀ ଚରଣ ଓ ଦେବୀ ବାରିକ ପ୍ରମୁଖ କଳାକାର ମଧ୍ୟ ଅଛନ୍ତି । ଫିଲ୍ମରେ ପୁପୁଲ ନିଜର ଅଭିନୟକୁ ନେଇ ବେଶ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More