Only for Entertainment

ଘରେ ଜୋତା-ଚପଲକୁ ନେଇ ଏହି ସମସ୍ତ ତଥ୍ୟ ଉପରେ ଧ୍ୟାନ ରଖନ୍ତୁ , ମିଳିବ ସୁଖ ଶାନ୍ତି !

prickettandellis
0 71

ଘର ଏକ ଏଭଳି ସ୍ତାନ ଅଟେ, ଯେଉଁଠାକୁ ଗଲେ ଆପଣ ଶାନ୍ତି ଅନୁଭବ କରିଥାଆନ୍ତି । ଖୁସି ଅନୁଭବ ମଧ୍ୟ ହୋଇଥାଏ । କିନ୍ତୁ, ଅନେକ ସମୟରେ ଜଣା ଅଜଣାରେ ଆପଣ ଏଭଳି କିଛି ଭୂଲ କରି ପକାନ୍ତି ଯାହାଦ୍ୱାରା ଘରର ସମଗ୍ର ବାତାବରଣରେ ନକରାତ୍ମକ ଶକ୍ତି ପ୍ରଭାବ ପଡିଥାଏ । ଏହାଦ୍ୱାରା କେବେ କେବେ ଘରେ ଅଶାନ୍ତି ଅନୁଭୂତ ହୋଇଥାଏ, କିମ୍ବା ଘର ଲୋକଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖା ଦେଇଥାଏ ।

ଶାସ୍ତ୍ର ଅନୁସାରେ ଜୋତା-ଚପଲକୁ ଘର ବାହାରେ ରଖିବା ବିଧାନ ବୋଲି କୁହାଯାଇଛି । ଜୋତା-ଚପଲ ଘରେ ପିନ୍ଧିବାଦ୍ୱାରା ଧାର୍ମିକ ଦୃଷ୍ଟି ଅନୁସାରେ ଅଶୁଭ ଦେବା ସହ ବୈଜ୍ଞାନିକଙ୍କ ମତ ଅନୁସାରେ ଏହା ମଧ୍ୟ ଅଶୁଭ ଅଟେ । ଶାସ୍ତ୍ର ଅନୁସାରେ ସମସ୍ତଙ୍କ ଘରେ ମନ୍ଦିର ଥାଏ । ଏହି ସ୍ଥାନରେ ପୂଜା ପାଠ କରିବା ଦ୍ୱାରା ଦୈବ୍ୟ ଶକ୍ତି ସେଠାରେ ବାସ କରିଥାଆନ୍ତି । ଏହି ସମସ୍ତ ଜାଗାରେ ଜୋତା ପିନ୍ଧିବାଦ୍ୱାରା ଏହି ସ୍ଥାନ ଅପବିତ୍ର ହୋଇଯାଇଥାଏ ।

ରୋଷେଇ କକ୍ଷରେ ଅନ୍ନ,ଜଳ,ଅଗ୍ନି ରହିଥାଆନ୍ତି, ଏମାନେ ହିନ୍ଦୁ ଧର୍ମରେ ଦେବତା ରୂପେ ଗଣ୍ୟ ଅଟନ୍ତି । ରୋଷେଇ କକ୍ଷରେ ଜୋତା ଏବଂ ଚପଲ ପିନ୍ଧି ବୁଲିବାଦ୍ୱାରା ଭଗବାନ ରାଗି ଯାଆନ୍ତି । ଏହାଦ୍ୱାରା ଅନ୍ନ ଭଣ୍ଡାରରୁ ଲୋପ ପାଇବାକୁ ଲାଗିଥାଏ ।

ମାତ୍ର ବୈଜ୍ଞାନିକଙ୍କ ଦୃଷ୍ଟିକୋଣରୁ ଯଦି ଆମେ କହିବା ତେବେ ଜୋତା-ଚପଲରେ ଅନେକ ବ୍ୟାକଟେରିଆ ରହିଥାଏ,ଯାହା ଖାଦ୍ୟରେ ମିଶି ଖାଦ୍ୟକୁ ଦୂଷିତ କରିଥାଏ । ଏହାଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।
ବାସ୍ତୁ ଶାସ୍ତ୍ର ମୁତାବକ ଘରେ ଯଦି ଆପଣ ଜୋତା-ଚପଲ ଏପଟେ ସେପଟେ ଖେଳାଇ ରଖିବେ, ତେବେ ଏହା ଆପଣଙ୍କ ଘର ପାଇଁ ଅଶୁଭ ଅଟେ ।

ମାନ୍ୟତା ରହିଛି କି, ଏହାଦ୍ୱାରା ଘରେ ଦାରିଦ୍ର୍ୟତା ବାସ କରିଥାଏ । ଏଥିପାଇଁ ଜୋତା-ଚପଲକୁ ସଜାଡି ପଶ୍ଚିମ ଦିଗରେ ରଖନ୍ତୁ । ଏହାଦ୍ୱାରା ନକରାତ୍ମକ ଶକ୍ତିର ପ୍ରଭାବ ପଡିବ ନାହିଁ ଏବଂ ଶନି ଦେବତାଙ୍କ ଅଶୁଭତା ପ୍ରକୋପରୁ ମଧ୍ୟ ରକ୍ଷା ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More