Only for Entertainment

#MeToo : ‘ସୋନୁ କେ ଟିଟୁ କି ସ୍ୱିଟି’ର ନିର୍ଦ୍ଦେଶକ ଯୌନ ଶୋଷଣ ଆରୋପକୁ କଲେ ଖଣ୍ଡନ, କହିଲେ ମୁଁ ସବୁ ଯାଞ୍ଚ ପାଇଁ ପ୍ରସ୍ତୁତ ।

India Today
40

‘ସୋନୁ କେ ଟିଟୁ କି ସ୍ୱିଟି’ ଏବଂ ‘ପ୍ୟାର କା ପଞ୍ଚନାମା’ ପରି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଜଣାଶୁଣା ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ନାମରେ ମଧ୍ୟ ମି ଠୁ କ୍ୟାମ୍ପେନ ଜରିଆରେ ଯୌନ ଶୋଷଣ ଆରୋପ ଲଗାଯାଇଛି । ନିକଟରେ ଜଣେ ଅଭିନେତ୍ରୀ ତାଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଛନ୍ତି । ଏହି ମାମଲାରେ ଏବେ ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ମିଡ ଡେକୁ ପ୍ରତିକ୍ରିୟା ଦେଇ ଲଭ ରଞ୍ଜନ କହିଥିଲେ, ଏହା ସମ୍ପୂର୍ଣ୍ଣ ମିଛ । ଏହା ଏତେ ମିଛ ଯେ ମୁଁ ଜାଣି ପାରୁନି ଏହା ଉପରେ କ’ଣ ପ୍ରତିକ୍ରିୟା ଦେବି କ’ଣ କହିବି । ମୁଁ ଏହି ଆରୋପକୁ ଅସ୍ୱିକାର କରୁଛି । ଏହି ପରି ଅଜ୍ଞାତ ଆରୋପକୁ ନେଇ ମୁଁ କଣ କହିବି ଜାଣିନି କିନ୍ତୁ ମୁଁ ସବୁ ବୈଧ ଯାଞ୍ଚ ପାଇଁ ପ୍ରସ୍ତୁତ ରହିଛି । ନିର୍ଦ୍ଦେଶକ ଲଭ ରଞ୍ଜନ ସବୁ ପ୍ରକାର ଯାଞ୍ଚ ପାଇଁ ପ୍ରସ୍ତୁତ ଥିବା ବେଳେ ଏବେ ଅଭିନେତ୍ରୀ ଏହାର କ’ଣ ଉତ୍ତର ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

କହିରଖୁଛୁ ଯେ, ଅଭିନେତ୍ରୀ ଜଣକ ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଉପରେ ଆରୋପ ଲଗାଇ କହିଥିଲେ ଯେ, ୨୦୧୦ରେ ପ୍ୟାର କାପଞ୍ଚନାମାର କାଷ୍ଟିଂ ଡାଇରେକ୍ଟର ଭିକ୍କି ସିଦାନା ତାଙ୍କୁ କଲ କରିଥିଲେ ଏବଂ ଅଡିସନ ଦେବା ପାଇଁ କହିଥିଲେ । ଅଡିସନ ରୁମରେ ନିର୍ଦ୍ଦେଶକ ଲଭ ରଞ୍ଜନ ଅଭିନେତ୍ରୀଙ୍କୁ ପୋଷାକ ଓହ୍ଲାଇବା ପାଇଁ କହିଥିଲେ । ଏବଂ ଅଭିନେତ୍ରୀ ଅସହଜ ଅନୁଭବ କରି ସେଠାରୁ ଆସିଯାଇଥିଲେ । ତବେ ଦେଖିବାକୁ ବାକି ରହିଲା ଲଭ ରଞ୍ଜନଙ୍କ ଉପରେ ଲାଗିଥିବା ଆରୋପ କେଉଁ ମୋଡ ନେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More