Only for Entertainment

ଅଜଗର ସାପକୁ ଉଦ୍ଧାର କରି ଧରିଥିବା ବେଳେ ସାପଟି ୬୧ବର୍ଷୀୟ ଶ୍ରମିକଙ୍କ ବେକରେ ଗୁଡ଼ାଇ ହୋଇଗଲା, ଆଉ ତା’ପରେ…. !

20

ଟୁଇଟ୍‌ରରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବୁଧବାର କେରଳର ଥିରୁବନନ୍ତପୁରମରେ ଘଟିଥିବା ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଏକ ୧୦ଫୁଟ ଲମ୍ବାର ଅଜଗର ସାପ କିଭଳି ଏକ ଶ୍ରମିକଙ୍କ ବେକରେ ଗୁଡ଼ାଇ ହୋଇ ତାଙ୍କୁ ଶ୍ୱାସରୁଦ୍ଧ କରି ଦେଉଛି, ତାହା ଦେଖିବାକୁ ମିଳିଛି ।

ଭାଇରାଲ ହେଉଥିବା ୨୯ ସେକେଣ୍ଡର ଭିଡିଓରେ, ଅଜଗର ସାପକୁ ଉଦ୍ଧାର କରି ଧରିଥିବା ବେଳେ ସାପଟି ୬୧ବର୍ଷୀୟ ଶ୍ରମିକଙ୍କ ବେକରେ ଗୁଡ଼ାଇ ହୋଇ ଯାଉଛି । ଯାହାଦ୍ୱାରା ସେ ନିଶ୍ୱାସ ନେଇ ପାରୁ ନାହାନ୍ତି । ଏହା ଦେଖି ତାଙ୍କ ପାଖରେ ଥିବା ଅନ୍ୟ ଶ୍ରମିକମାନେ ସାପଟିକୁ କାଢ଼ିବା ପାଇଁ ଚେଷ୍ଟା କରୁଛନ୍ତି । କିଛି ସମୟର ଚେଷ୍ଟା ପରେ ସାପଟିକୁ ଶ୍ରମିକଙ୍କ ବେକରୁ କାଢ଼ିବାରେ ସଫଳ ହେଉଛନ୍ତି ଲୋକେ । ଯାହା ପରେ ବନବିଭାଗ କର୍ମୀଙ୍କୁ ସାପକୁ ହସ୍ତାନ୍ତର କରି ଦିଆଯିବା ସହ ସାପକୁ ଜଙ୍ଗଲ ମଧ୍ୟରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More