Only for Entertainment

ସରୋଜ ଖାନଙ୍କ ପରେ ଆଲିୟା ଭଟ୍ଟ କହିଲେ କାଷ୍ଟିଂ କାଉଚ ସମ୍ପର୍କରେ, ମହିଳାମାନଙ୍କୁ ଦେଲେ ସୁରକ୍ଷିତ ହେବା ଲାଗି କିଛି ଖାସ ଟିପ୍ସ । 

amarujala
0 39

ବଲିଉଡ ଫିଲ୍ମ ରାଜିର ହିଟ ହେବାକୁ ନେଇ ଆଲିୟା ଖୁବ ଖୁସି ଅଛନ୍ତି । ଫିଲ୍ମରେ ଆଲିୟାଙ୍କ ଅଭିନୟକୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି । ସେ ବର୍ତ୍ତମାନ ରାଜିର ପୋଷ୍ଟ ପ୍ରମୋସନରେ ବ୍ୟସ୍ତ ଥିବା ଜାଣିବାକୁ ମିଳିଛି । ଏକ ସାକ୍ଷାତକାରରେ ଆଲିୟା ଅନେକ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି ।  ଗତ କିଛି ଦିନ ପୂର୍ବେ ବିଶିଷ୍ଟ କୋରିଓଗ୍ରାଫର ସରୋଜ ଖାନ କାଷ୍ଟିଂ କାଉଚକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏବେ ଆଲିୟା ଏହି କାଷ୍ଟିଂ କାଉଚ ସମ୍ପର୍କରେ ନିଜର ବୟାନ ଦେଇଛନ୍ତି ।

ସେ କହିଛନ୍ତି ଯେ ଏଭଳି କଥାକଥିତରେ କାଷ୍ଟିଂ କାଉଚର ଅବସାନ ଘଟିବ ନାହିଁ । ଯେଉଁ ଝିଅ କୌଣସି ଶୋଷଣର ଶିକାର ହେଉଛନ୍ତି ସେ ତୁରନ୍ତ ପଦକ୍ଷେପ ନେଲେ କିଛି ହୋଇପାରିବ ଏବଂ ଆଲିୟା କହିଛନ୍ତି ଯେ ଏଭଳି କଥାବାର୍ତ୍ତା ଦ୍ୱାରା ଫିଲ୍ମ ଜଗତରେ ଏକ ନକରାତ୍ମକ ମାହୋଲ ସୃଷ୍ଟି ହେଉଛି । ଲୋକମାନଙ୍କ ମନରେ ଏହି ଜଗତକୁ ନେଇ ଏକ ଖରାପ ମନୋଭାବ ଆସିଯାଉଛି ।

ଏହି ଦୁନିଆରେ ପାଦ ଦେଲେ ଅନେକ ସଂଘର୍ଷ କରିବାକୁ ପଡେ ଏବଂ ଏହି ସଂଘର୍ଷର କିଛି ଜଣ ଫାଇଦା ଉଠାନ୍ତି ଏବଂ ଯଦି କୌଣସି ମହିଳା ଏହାର ଶିକାର ହେଉଛନ୍ତି ତେବେ ତାଙ୍କୁ ପୁଲିସଙ୍କ ପାଖକୁ ଯିବା ନିହାତି ଆବଶ୍ୟକ ବୋଲି ଆଲିୟା ମତ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More