Only for Entertainment

ରାଜିର ଟ୍ରିଜର ରିଲିଜ, ବୁର୍ଖା ପିନ୍ଧି ନଜର ଆସିଲେ ଆଲିୟା

Hindustan Times
0 36

କମ ବୟସରେ ସଫଳତା ହାସଲ କରିଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଆଲିୟା ଭଟ୍ଟ ଜଣେ । ଆଲିଆ ନିଜର ଆଗାମୀ ଫିଲ୍ମ ‘ରାଜି’ରେ ନଜର ଆସିବେ । ଏହି ଫିଲ୍ମର ଟ୍ରେଲର ୧୦ ଏପ୍ରିଲରେ ରିଲିଜ ହେବ । କିନ୍ତୁ ଏହା ପୂର୍ବରୁ ଆଲିୟା ନିଜ ଟୁଇଟର ପେଜରେ ଫିଲ୍ମର ଟ୍ରିଜର ରିଲିଜ କରିଛନ୍ତି । ଏହି ଫିଲ୍ମ ୧୧ ମେ’ ରେ ରିଲିଜ ହେବ ।

ଏହି ଫିଲ୍ମ ହରିନ୍ଦର ସିକ୍କାଙ୍କ ଉପନ୍ୟାସ ‘କଲିଂ ସହମତ’ ଉପରେ ଆଧାରିତ । ଏହି ଉପନ୍ୟାସଟି ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଏକ ପାକିସ୍ତାନୀ ବ୍ୟକ୍ତି ଏବଂ ଏକ କାଶ୍ମୀରି ଜାସୁସଙ୍କ ବିବାହ ଉପରେ ଆଧାରିତ ।

ଫିଲ୍ମର ଟ୍ରିଜରରେ ଆଲିୟା କାହାକୁ ଦେଖା କରିବା ପାଇଁ କହୁଛନ୍ତି ଏହା ପରେ ଫିଲ୍ମର ଟାଇଟଲର ନାଁ ଘେଷଣା କରି କୁହନ୍ତି ହଁ ମୁଁ ରାଜି ଅଛି । ଏହାକୁ ଧର୍ମା ପ୍ରଡକ୍ସନ ଏବଂ ଜଙ୍ଗଲି ପିକଚର୍ସ ମିଳିତ ଭାବେ ପ୍ରଡ୍ୟୁସ କରୁଥିବା ବେଳେ ମେଘନା ଗୁସଜାର ଏହାର ନିର୍ଦ୍ଦେଶକ ଅଛନ୍ତି । ଏହି ଫିଲ୍ମରେ ଆଲିୟାଙ୍କ ସହିତ ଭିକି କୌଶାଲ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More