Only for Entertainment

ରିଲିଜ ହେଲା ରେସ-୩ର ଆଉ ଏକ ଗୀତ ‘ସେଲଫିସ’, ଦେଖିବାକୁ ମିଳିଲା ଟ୍ରାଙ୍ଗୁଲାର ଲଭଷ୍ଟୋରୀ

The Indian Express
0 49

ଚର୍ଚ୍ଚାରେ ସଲମାନଙ୍କ ଆଗାମୀ ଫିଲ୍ମ ରେସ୍- ଥ୍ରୀ । ପ୍ରଥମେ ଫିଲ୍ମର ଟ୍ରେଲର୍ଟି ମାୟାନଗରୀରେ ଚହଳ ସୃଷ୍ଟି କରିଥିବା ପରେ ମେକର୍ ଭେଟିଦେଲେ ଡ୍ୟାନ୍ସ ସଙ୍ଗ ହିରିୟେ । ଏହି ଗୀତଟି ବି ହୋଇଗଲା ହିଟ୍ । ଏହାପରେ ମେକର ପୁଣିଥରେ ଭେଟି ଦେଇଛନ୍ତି ଆଉ ଏକ ମନଲୋଭା ଗୀତ ‘ସେଲଫିସ’ । ଏହି ଗୀତରେ ଟ୍ରାଙ୍ଗୁଲାର ଲଭଷ୍ଟୋରୀ ଦେଖିବାକୁ ମିଳିଛି । ଯାହା ରେସ୍-ଥ୍ରୀର ସସପେନ୍ସକୁ ଆହୁରି ବଢାଇ ଦେଇଛି ।

ଗୀତରେ ଶୁଣିବାକୁ ମିଳିଛି ଆତିଫ ଅସଲମଙ୍କ ମାଜିକାଲ୍ ଭଏସ୍ । ଗୀତଟି ଯେପରି ରୋମାଂଟିକ୍ ହୋଇଛି ଏହାର ଭିଡିଓଟି ମଧ୍ୟ ସେହିପରି ଆକର୍ଷଣୀୟ ହୋଇ ପାରିଛି । ଗୀତରେ ଅଭିନେତ୍ରୀ ଜ୍ୟାକଲିନଙ୍କୁ ଉଭୟ ସଲମାନ ଓ ବବି ଦେଓଲଙ୍କ ସହ ରୋମାନ୍ସ କରିବାରେ ଦେଖିବାକୁ ମିଳିଛି । ସୁନ୍ଦର ଲୋକେସନ୍ ଆଉ ନାୟକ ନାୟିକାଙ୍କ ଜବରଦସ୍ତ କେମେଷ୍ଟ୍ରୀ ଗୀତଟିକୁ କରିଛି ଆହୁରି ରୋମାଂଟିକ୍ । ଏହି ମନଛୁଆଁ ଗୀତର ଲିରିକ୍ସ ଦେଇଛନ୍ତି ସଲମାନ୍ । ପ୍ରଥମ ଥର ପାଇଁ ସଲମାନ ସାଜିଛନ୍ତି ଗୀତିକାର । ଆଉ ଏହି ମନଲୋଭା ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ବିସାଲ୍ ମିଶ୍ରା । ଗୀତରେ ଆତିଫ୍ ଅସଲମ୍ ଏବଂ ୟୁଲିଆ ବନ୍ତୁରଙ୍କ ଗାୟିକି ଶୁଣିବାକୁ ମିଳିଛି ।

ଚଳଚ୍ଚିତ୍ର ରେସ୍ – ଥ୍ରୀ ଟ୍ରେଲରକୁ ଦର୍ଶକ ପସନ୍ଦ କରିଥିବାବେଳେ, ଏହାର ଗୀତ ଗୁଡିକ ମଧ୍ୟ ସ୍ରୋତାଙ୍କୁ ପସନ୍ଦ ଆସୁଥିବା ଦେଖିବାକୁ ମିଳୁଛି । ଜୁନ୍ ୧୫ରେ ପରଦାକୁ ଆସିବ ରେସ୍ – ଥ୍ରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More