Only for Entertainment

ଭାଇରାଲ ହେଉଛି ‘ରେସ-୩’ର ଫନି ମେକିଂ ଭିଡିଓ, ଦେଖନ୍ତୁ

AajTak
0 80

ସଲମାନ ଖାନଙ୍କ ଆଗାମୀ ଫିଲ୍ମ ରେସ-୩ ଟ୍ରେଲର ରିଲିଜ ହେବା ପରେ ଫିଲ୍ମକୁ ଦର୍ଶକ ଉତ୍ସୁକତାର ସହିତ ଚାହିଁରହିଛନ୍ତି । କିନ୍ତୁ ଫିଲ୍ମର ଏକ ଫନି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରେମୋ ଡିସୁଜା ନୁହେଁ ସଲମାନ ଖାନ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମକୁ ଅନୀଲ କପୁର କ୍ୟାମେରାମ୍ୟାନ ସାଜିଥିବା ବେଳେ ବବି ଦେଓଲ କଷ୍ଟ୍ୟୁମ ନିର୍ଦ୍ଦେଶକ ସାଜିଛନ୍ତି ।

ଭିଡିଓରେ ଜ୍ୟାକଲିନ ରେସ-୩ର ପୁରା ଟିମକୁ ସାକ୍ଷାତ କରାଉଛନ୍ତି । ଭିଡିଓରେ ନିର୍ଦ୍ଦେଶକ ସାଜିଥିବା ସଲମାନ ଷ୍ଟାରମାନଙ୍କ ଉପରେ ନିରାଶ ଥିବା ଦେଖିବାକୁ ମିଳିଛି । ଟ୍ରେଲର ଏବଂ ରେସ-୩ର ଗୀତ ପରେ ଜାରି କରାଯାଇଥିବା ଫିଲ୍ମର ମେକିଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫିଲ୍ମ ଜୁନ ୧୫ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More