Only for Entertainment

ରାଧେ ମା ଅଭିନୟରେ ଖୋଲିଲେ ରାଜ , କହିଲେ ସେ ନା ସାଧୁ, ନା ସନ୍ଥ, ନା ଗୁରୁ, ସେ ମର୍ଡନ ଅଟନ୍ତି !

0 51

ନିଜ ଷ୍ଟାଇଲ କାରଣରୁ ଚର୍ଚ୍ଚାରେ ରହି ଆସିଥିବା ରାଧେ ମା ଏବେ ୱେବ ସିରିଜ ଜରିଆରେ ଅଭିନୟ ଦୁନିଆରେ ପାଦ ରଖିବା ପାଇଁ ଯାଉଛନ୍ତି । ୬ଟି ଏପିସୋଡ ଥିବା ୱେବ ସିରିଜ ‘ରାହ ଦେ ମା’୨୧ଅଗଷ୍ଟରେ ରିଲିଜ ହେବାକୁ ଯାଉଛି ଏବଂ ଏଥିରେ ରାଧେ ମା ନିଜ ରୂପରେ ନଜର ଆସିବେ । ଏହି ୱେବ ସିରିଜ ଏକ ଏଭଳି ପରିବାରର କାହାଣୀ ଅଟେ ଯେଉଁଥିରେ ଏକମାତ୍ର ପୁଅକୁ ମା-ବାପା ଫିଲ୍ମ ଷ୍ଟାର ବନାଇବାକୁ ଚାହୁଛନ୍ତି । ସେହି ଲୋକମାନେ ପୁଅକୁ ନେଇ ରାଧେ-ମାଙ୍କ ପାଖକୁ ଆଶୀର୍ବାଦ ନେବାକୁ ଯାଉଛନ୍ତି, ଏହାପରେ ତତକ୍ଷଣାତ ସେହି ପିଲାଟିକୁ ଫିଲ୍ମ ମିଳି ଯାଉଛି । କିନ୍ତୁ କାହାଣୀରେ ସେତେବେଳେ ମଜା ଆସିବ ଯେତେବେଳେ ପୁଅ ସମଲିଙ୍ଗକତା ଉପରେ ପ୍ରଭାବିତ ହେବ ।

Sab nu milugi ?? Sabar rakho ?? #radhemaa #sabnudaugi

A post shared by Vehli Janta ?? (@vehli__janta_official) on

ୱେବ ସିରିଜର ଅଭିନୟକୁ ନେଇ କହିଛନ୍ତି ସେ କେବେ ଅଭିନୟ କରନ୍ତି ନାହିଁ କି କରି ନାହାନ୍ତି । ସେ ଫିଲ୍ମରେ ମଧ୍ୟ ଯେମିତି ରିୟଲ ଭଳି ଅଛନ୍ତି । ସେ ନିଜକୁ ମଡିନ କହିଛନ୍ତି ଏବଂ କହିଛନ୍ତି ସେ ଗୁରୁ ମା, ସନ୍ଥ କି ସାଧୁ ନୁହନ୍ତି । ସେ ପିଲା ଦିନେ ନାଲି ରଂଗ ପସନ୍ଦ କରୁଥିବାରୁ ତାଙ୍କୁ ନାଲି ରଂଗ ଇ୍ସ ପସନ୍ଦ ଥିବା କହିଛନ୍ତି । ଏହି ୱେବ ସିରିଜରେ ରାଧେ ମା ଙ୍କ ବ୍ୟତୀତ ପଙ୍କଜ ବେରୀ, ଆରାଧନର ଉପ୍ପଲ, ଅମନ ମାହେଶ୍ୱରୀ ଏବଂ ଆୟୁଷୀ ଶର୍ମା ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More