Only for Entertainment

ରାଧେମା ନେଲେ ଏଭଳି ଅବତାର, ବଲିଉଡ ମଧ୍ୟ ଆଶ୍ଚର୍ଯ୍ୟ । ଫଟୋ ଭାଇରାଲ ।

amarujala
0 76

ଭକ୍ତଙ୍କ ମଧ୍ୟରେ ନାଚୁଥିବା ରାଧେମାଙ୍କର ଏଭଳି ଏକ ଅବତାର ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ ବଲିଉଡ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

radhe maa 2ଲାଲ ରଙ୍ଗର ଗାଉନ ପିନ୍ଧି ,ହାତରେ ତ୍ରୀଶୁଳ ଏବଂ ଆଖିରେ କଳା ଚଷ୍ମା ପିନ୍ଧି ରାଧେମା ବଲିଉଡର ହସ୍ତୀ ମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ରାଧେମା ଫଟୋ ସୁଟରେ ଖୁବ ବ୍ୟସ୍ତ ଥିବା ନଜର ଆସିଛନ୍ତି । ଖବର ଅନୁସାରେ ରାଧେମା ଏକ ଇଭେଂଟରେ ନିଜ ଉପରେ ନିର୍ମାଣ ହେଉଥିବା ଏକ ୱେବ ସିରିଜର ପ୍ରମୋଶନ କରିବାକୁ ଆସିଥିଲେ ।

ରାଧେମାଙ୍କ ଉପରେ ନିର୍ମାଣ ହେଉଥିବା ୱେବ ସିରିଜର ନାମ ହେଉଛି ‘ରାହ ଦେ ମା’ । ଯାହାର ଟ୍ରେଲର ଲଂଚ ହୋଇସାରିଛି । ଏଥିରେ ରାଧେମା ଅଭିନୟ ଦୁନିଆରେ ଡେବ୍ୟୁ କରୁଛନ୍ତି । ଏହି ଶୋ ରାଧେମାଙ୍କ ଛବିକୁ ନଜରରେ ରଖି ନିର୍ମାଣ କରାଯାଉଛି । ଏହି ସିରିଜରେ ସେ ତାଙ୍କ ବାଟ ଭୁଲି ଯାଇଥିବା ଭକ୍ତଙ୍କୁ ରାସ୍ତା ଦେଖାଇବେ । ତେବେ ରାଧେମା ନିଜ ଚରିତ୍ରରେ ନିଜେ ନଜର ଆସିବେ । ଏହି ସିରିଜର ସୁଟିଂ ରାଧେମା ନିଜ ଘର ମଧ୍ୟରେ କରିଛନ୍ତି । କୁହାଯାଉଛି ଯେ ଏହି ଶୋ ପରେ ରାଧେମାଙ୍କୁ ନେଇ ଲୋକଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ସଂପୂର୍ଣ୍ଣ ଭାବରେ ଦୂର ହୋଇଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More