ହଲିଉଡ ଫିଲ୍ମ ‘ଲିବର୍ଟ- ଏ କଲ ଟୁ ସ୍ପାଇରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ । ଦ୍ୱିତୀୟ ବିଶ୍ୱଯୁଦ୍ଧର ଜଣେ ନାୟିକା ବ୍ରିଟିଶ ସିପାହୀ ଚରିତ୍ରରେ ନଜର ଆସିବେ । ତେଣୁ ରାଧିକା ଫିଲ୍ମର ପ୍ରିମିୟର ପାଇଁ ଶୁକ୍ରବାରକୁ ଏଡିନବର୍ଗ ଫିଲ୍ମ ଫେଷ୍ଟିକାଲ ୟୁକେକୁ ଯାଇଥିଲେ ।
ରାଧିକା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ କୋ-ଷ୍ଟାରଙ୍କ ସହିତ ନଜର ଆସିଛନ୍ତି । ଏହା ସହିତ ହ୍ୟାଶଟ୍ୟାଗ ଦେଇ ରାଧିକା ଲେଖିଛନ୍ତି,ରିୟୁନିଅନ । ତେବେ ‘ଦ ସୋର ଇନ ଦ ସିଟି’ ଆକ୍ଟର ମଧ୍ୟ ଫିଲ୍ମର ପ୍ରଥମ ଲୁକ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଥିଲେ ।