Only for Entertainment

ରାଧିକା ଆପ୍ତେଙ୍କ ବୋଲ୍ଡ ସିନ ଲିକ, ପୁରୁଷଙ୍କ ମାନସିକତାକୁ ନେଇ ପ୍ରଶ୍ନ କଲେ ଅଭିନେତ୍ରୀ

DNA India
122

ସାକ୍ରେଡ ଗେମ୍ସ ଏବଂ ଅନ୍ଧାଧୂନ ଭଳି ପ୍ରକଳ୍ପରେ କାମ କରି ସାରିଥିବା ଅଭିନେତ୍ରୀ ରାଧିକା ଆପ୍ତେ ନିକଟରେ ହଲିଉଡ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ‘ଦ ୱେଡିଙ୍ଗ ଗେଷ୍ଟ’ ନାମକ ଏହି ଫିଲ୍ମରେ ସେ ଦେବ ପଟେଲଙ୍କ ସହିତ କାମ କରୁଛନ୍ତିି । ସ୍ଲମଡଗ ମିଲିନେୟର ଫେମ ଦେବ ପଟେଲ ଏବଂ ରାଧିକା ଆପ୍ତେ ଫିଲ୍ମରେ ଏକା ସାଙ୍ଗରେ ନଜର ଆସିବେ । ତେବେ ନିକଟରେ ରାଧିକା ଆପ୍ତେ କେବଳ ଏହି ଫିଲ୍ମକୁ ନେଇ ନୁହେଁ ବରଂ ଫିଲ୍ମର ବୋଲ୍ଡ ସିନକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି ।

ନିଜ ଶରୀରକୁ ନେଇ ବେଶ୍ କମ୍ଫର୍ଟେବଲ ରାଧିକା ଏକ ଗ୍ରହଣୀୟ ଉତ୍ତର ଦେଇଛନ୍ତି । ଏକ ଏଂଟରଟେନମେଂଟ ୱେବସାଇଟ ସହିତ କଥା ହେଉଥିବା ସମୟରେ ଅଭିନେତ୍ରୀ କହିଛନ୍ତି ଫିଲ୍ମ ୱେଡିଙ୍ଗ ଗେଷ୍ଟରେ ବହୁତ ସିନ ଅଛି, କିନ୍ତୁ କେବଳ ଏକ ଇଂଟିମେଟ ସିନ ଲିକ ହେବା ଦର୍ଶାଉଛିଯେ ଆମେ ଏକ ସାଇକୋ ସମାଜରେ ରହୁଛୁ । ଫିଲ୍ମରେ ଦେବ ପଟେଲ ଏବଂ ମୁଁ ମିଶି ଏହି ଦୃଶ୍ୟରେ ଅଭିନୟ କରିଛୁ, କିନ୍ତୁ କେବଳ ମୋ ନାମରେ କାହିଁକି ଏଭଳି ଆଲୋଚନା ହେଉଛି ।

 

 

View this post on Instagram

 

Thank you @loveliff for this wonderful chat with @peterwebber99 !! #liff2019 #talk #london #films #festivals

A post shared by Radhika (@radhikaofficial) on

କହିରଖୁଛୁ ଏହା ପ୍ରଥମ ଥର ନୁହେଁ ଯେତେବେଳେ ରାଧିକାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି । କିନ୍ତୁ କୌଣସି କଥାରେ ରାଧିକାଙ୍କୁ କୌଣସି ଫରକ ପଡ଼େ ନାହିଁ । ସେ ଅଧିକାଂଶ ଥର ଏହି କଥା କହିଛନ୍ତି । ତାଙ୍କ ମତରେ ସେ ତାଙ୍କ ଶରୀରକୁ ନେଇ ଖୁବ କମ୍ଫର୍ଟେବଲ ଏବଂ ତାଙ୍କ ଶରୀରକୁ ସେ ଏକ ଟୁଲ ଭାବରେ ବ୍ୟବହାର କରନ୍ତି । ଭାରତର ଲୋକ ଭାରତ ବାହାରେ ନ୍ୟୁଡ ପର୍ଫମାନ୍ସ କରୁଛନ୍ତି ଏବଂ ସେ ବିଶ୍ୱ ସିନେମାକୁ ଦେଖି ବଡ଼ ହୋଇଥିବା କହିଛନ୍ତି ।

ପୁଣିଥରେ ରାଧିକା କହିଛନ୍ତି, ମୁଁ କାହିଁକି ମୋ ଶରୀରକୁ ନେଇ ଲାଜ କରିବି । ମୁଁ ମୋ ନିଜକୁ ନେଇ ବହୁତ ସୁରକ୍ଷିତ । ତେବେ ଏଭଳି ନଜରରେ ଦେଖିବା ପୁରୁଷଙ୍କ ମାନସିକତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More