Only for Entertainment

ବଲିଉଡ ପରେ ଏବେ ହଲିଉଡରେ ନିଜର ଯାଦୁ ଦେଖାଇବାକୁ ଆସୁଛନ୍ତି ଏହି ନାୟକ ନାୟିକା !

bollywoodmdb
0 47

ବଲିଉଡ ଅଭିନେତ୍ରୀ ରାଧିକା ଆପ୍ତେଙ୍କ ଅଭିନୟର ଅନେକ ଦିୱାନା ରହି ଆସିଛନ୍ତି । ରାଧିକା ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ପ୍ରାପ୍ତ କରିବାରେ ସଫଳ ହୋଇଛନ୍ତି । ଗତ କିଛି ଦିନ ପୂର୍ବେ ରିଲିଜ ହୋଇଥିବା ‘ପ୍ୟାଡମ୍ୟାନ’ରେ ଖିଲାଡି ଅକ୍ଷୟ କୁମାରଙ୍କ ସହ ନଜରକୁ ଆସିଥିଲେ । ବର୍ତ୍ତମାନ ବିଶେଷ ସୁତ୍ରରୁ ପ୍ରକାଶ ଯେ ରାଧିକା ଓସ୍କାର ବିଜେତା ଅଭିନେତା ଦେବ ପଟେଲଙ୍କ ସହ ହଲିଉଡ ଫିଲ୍ମରେ ନଜର ଆସିବେ ।

ଆଜ୍ଞା ହଁ, ରାଧିକା ଖୁୂବ ଶୀଘ୍ର ଦେବଙ୍କ ସହ ଫିଲ୍ମରେ ଆସୁଛନ୍ତି । ସ୍ଲମଡଗ ମିଲେନିୟରରେ ନଜର ଆସିଥିବା ଦେବ ପଟେଲ ହିଁ ଏହି ଖବରର ପ୍ରଚାର କରି ବୁଲୁଥିଲେ । ମାତ୍ର କିଛି ଦିନ ତଳେ ନିଜେ ରାଧିକା ଏହି ଖବରକୁ ସ୍ୱୀକୃତି ଦେଇଛନ୍ତି । ଦେବଙ୍କ ସହ ଏକ ହଲିଉଡ ଫିଲ୍ମରେ ଅଭିନୟ କରିବା ଲାଗି ଏକ ପ୍ରୋଜେକ୍ଟରେ ସାଇନ କରିଥିବା ପ୍ରସଙ୍ଗ ନିଜେ ରାଧିକା ପରିପ୍ରକାଶ କରିଛନ୍ତି ।

ଫିଲ୍ମର ସୁଟିଂ ରାଜସ୍ଥାନର ଜୟପୁରରେ ଚାଲିଛି । ଦେବ ପଟେଲ ବର୍ତ୍ତମାନ ଭାରତରେ ପହଂଚି ସାରିଲେଣି । ଏହି ଫିଲ୍ମର ସୁଟିଂ ରାଜସ୍ଥାନର ବିଭିନ୍ନ ସ୍ଥାନରେ କରାଯିବ । ଏହି ଫିଲ୍ମକୁ ମାଇକେଲ ୱିଂଟରବଟମ ନିର୍ଦ୍ଧେଶନା ଦେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More