Only for Entertainment

ଇରଫାନ ଖାନଙ୍କ ଫିଲ୍ମ ‘ହିନ୍ଦୀ ମିଡିଅମ ୨’ରେ ରାଧିକା ମଦାନଙ୍କ ଏଣ୍ଟ୍ରି ? ଏହି ଭୂମିକାରେ ଆସିବେ ନଜର

India
29

୨୦୧୭ରେ ରିଲିଜ ହୋଇଥିବା ଇରଫାନ ଖାନଙ୍କ ସୁପରହିଟ ଫିଲ୍ମ ‘ହିନ୍ଦୀ ମିଡିଅମ’ର ସିକ୍ୱଲକୁ ନେଇ ଏବେ ଖୁବ ଚର୍ଚ୍ଚା । ଫିଲ୍ମର ଷ୍ଟାରକାଷ୍ଟଙ୍କୁ ନେଇ ଏବେ ଲୋକଙ୍କ ମଧ୍ୟରେ ଆଲୋଚନା ଲାଗି ରହିଛି । ଫିଲ୍ମର ନିର୍ମାତା ଏପର୍ଯ୍ୟନ୍ତ ଅଧିକାରୀକ ଭାବେ କିଛି ସ୍ପଷ୍ଟ କରିନଥିବା ବେଳେ ବିଭିନ୍ନ ସୂତ୍ରରୁ ଫିଲ୍ମ ବିଷୟରେ ନୂଆ ନୂଆ ଖବର ଶୁଣିବାକୁ ମିଳୁଛି । ତାଜା ଖବର ଅନୁସାରେ ‘ପଟାଖା’ରେ ନଜର ଆସିଥିବା ଅଭିନେତ୍ରୀ ରାଧିକା ମଦାନଙ୍କୁ ଫିଲ୍ମ ‘ହିନ୍ଦୀ ମିଡିଅମ ୨’ରେ ଇରଫାନ ଖାନଙ୍କ ଝିଅ ଭୂମିକାରେ ଦେଖିବାକୁ ମିଳିପାରେ ।

radhika

ଏକ ଏଣ୍ଟରଟେନ ମେଣ୍ଟ ୱେବସାଇଟର ରିପୋର୍ଟ ଅନୁସାରେ ରାଧିକା ଫିଲ୍ମରେ ଇରଫାନ ଖାନଙ୍କ ବଡ ହୋଇ ସାରିଥିବା ଝିଅ ଭୂମିକାରେ ନଜର ଆସିପାରନ୍ତି । ଫିଲ୍ମରା ରାଧିକାଙ୍କ ଭୂମିକା ଇରଫାନ ଖାନଙ୍କ ପରି ମହତ୍ୱପୂର୍ଣ୍ଣ ରହିବ ।

ଫିଲ୍ମରେ ଇରଫାନ ଖାନଙ୍କ ପତ୍ନୀଙ୍କ ଭୂମିକାର ବିଷୟରେ କହିବାକୁ ଗଲେ ଏହିଥର ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀ ସବା କମରଙ୍କୁ ଦେଖିବାକୁ ମିଳିବ ନାହିଁ । ଖବର ଅନୁସାରେ ଫିଲନ୍ମର ନିର୍ମାତା ଫିଲ୍ମର ସିକ୍ୱଲ ପାଇଁ କରୀନା କପୁରଙ୍କୁ ନେବା ପାଇଁ ପ୍ଲାନିଂ କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହା ବିଷୟରେ ମେକର୍ସ କିଛି ସ୍ପଷ୍ଟ କରିନାହାଁନ୍ତି । ତେବେ ଦେଖାଯାଉ ଫିଲ୍ମରେ କରୀନା ଏବଂ ରାଧିକା ମଦାନ ନଜର ଆସୁଛନ୍ତି କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More