Only for Entertainment

ରେଡିଓ ଚକଲେଟର ନୂଆ ଗୀତରେ ଦେଖିବାକୁ ମିଳିଲା ଅନନ୍ୟା ଏବଂ ବିଷ୍ଣୁଙ୍କ ଯୁଗଳବନ୍ଦୀ

radio chocolate
0 194

ରେଡିଓ ଚକଲେଟ୍ ୧୦୪ ଏଫ୍ ଏମ୍ ତରଫରୁ ମୁକ୍ତିଲାଭ କରିଛି ଏକ ମନଛୁଆଁ ମେଲୋଡିୟସ ରୋମାଂଟିକ୍ ସଙ୍ଗ ‘ଜିଇବାଟା କେଡେ ମୁସକିଲ’ । ଗୀତଟିକୁ ୟୁଟୁବରେ ରିଲିଜ୍ କରାଯାଇଛି । ଆଉ ସୋସିଆଲ୍ ମିଡିଆରେ ମଧ୍ୟ ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏହି ମନ ଛୁଆଁ ଗୀତରେ କଣ୍ଠଦାନ କରିଛନ୍ତି ଇଣ୍ଡିଆନ ଆଇଡଲ ଫେମ ଅନନ୍ୟା ଶ୍ରୀତମ ନନ୍ଦ ଏବଂ ଓଡିଶାର ଲୋକପ୍ରିୟ ଗାୟକ ବିଷ୍ଣୁ ମୋହନ କବି । ଦୁହିଁଙ୍କ ମ୍ୟାଜିକାଲ ଭଏସ ଗୀତକୁ ଆହୁରି ମଧୁର କରିଛି । ଏହି ମ୍ୟୁଜିକ୍ ଭିଡିଓରେ ଅନନ୍ୟା ଏବଂ ବିଷ୍ଣୁଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ନିକଟରେ ଏହି ଗୀତର ଭିଡିଓ ମେକିଂ ରେଡିଓ ଚକଲେଟ୍ରେ କରାଯାଇଥିଲା । ଭିଡିଓରେ ଦୁଇ ଜଣ ସିଙ୍ଗରଙ୍କୁ ଦେଖିବାକୁ ମିଳିଛି । ଏହି ରୋମାଂଟିକ୍ ଗୀତର ଲିରିକ୍ସ ଦେଇଛନ୍ତି ରେଡିଓ ଚଳଲେଟର ଆରଜେ ସଂଗ୍ରାମ ବା ସଂଗ୍ରାମ ମିଶ୍ର । ସୌମିତ୍ରି ପଲାଇଙ୍କ ମନଛୁଆ ସଙ୍ଗୀତ ଏହି ଗୀତକୁ ଆହୁରି ସୃତିମଧୂର କରିଛି । ରେଡିଓ ଚକଲେଟ୍ ୧୦୪ ଏଫ୍ଏମ୍ ପ୍ରତ୍ୟେକ ସପ୍ତାହରେ ନୂଆ ନୂଆ ଭିନ୍ନ ସ୍ୱାଦର ଗୀତ ସବୁ ପ୍ରସ୍ତୁତ କରିଥାଏ । ଆଉ ଚଳିତ ସପ୍ତାହରେ ଏହି ଗୀତକୁ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଗୀତ ଭଳି ସ୍ରୋତା ଏହି ଗୀତକୁ ବି ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More