Only for Entertainment

ରିଲିଜ ହେଲା ରେଡିଓ ଚକଲେଟର ଏକ ଡ୍ୟାନ୍ସ ନମ୍ବର ‘ଜୱାନୀ ତୋର ମାଙ୍ଗୋ ଫ୍ଲେବର୍’

radio chocolate
27

ଓଡିଆ ଶ୍ରୋତାଙ୍କୁ ଏଣ୍ଟରଟେନ କରିବା ପାଇଁ ରେଡିଓ ଚକଲେଟ୍ ୧୦୪ ଏଫଏମ୍ ଭେଟି ଦେଇଛି ଜବରଦସ୍ତ ଡ୍ୟାନ୍ସ ଗୀତ ‘ଜୱାନୀ ତୋର ମାଙ୍ଗୋ ଫ୍ଲେବର୍’ । ଗୀତରେ କଣ୍ଠଦାନ କରିଛନ୍ତି ୟଙ୍ଗ, ଏନରଜେଟିକ୍ ସିଙ୍ଗର୍ ତାରିକ୍ ଅଜିଜ୍ । ଯେତିକି ଜବରଦସ୍ତ ଏହି ଗୀତର ମ୍ୟୁଜିକ୍ ରହିଛି, ସେତିକି ମସ୍ତି ଭରା ଏହାର ଲିରିକ୍ସ ରହିଛି । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସୁମିତ୍ ଦୀକ୍ଷିତ୍ ଓ ଅଡିଓ ମିକ୍ସିଂ କରିଛନ୍ତି ସ୍ମୃତିରଂଜନ ।  ଏହି ଗୀତର ଲିରିକ୍ସ ଦେଇଛନ୍ତି କିଶୋର ମାନିଆ । ଗୀତଟିକୁ ରେଡିଓ ଚକଲେଟର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ରିଲିଜ୍ କରାଯାଇଛି ।

ପ୍ରତ୍ୟେକ ସପ୍ତାହରେ ମନଛୁଆଁ ଗୀତ ଭେଟି ଦେଉଥିବା ରେଡିଓ ଚକଲେଟ୍, ଏଥର ଏହି ଡ୍ୟାନ୍ସ ଗୀତକୁ ରିଲିଜ୍ କରିଛନ୍ତି । ୟୁଟ୍ୟୁବରେ ରିଲିଜ୍ ହେବାର ମାତ୍ର କିଛି ଘଂଟା ଭିତରେ ଏହି ଗୀତକୁ ହଜାର୍ ହଜାର ଦର୍ଶକ ଦେଖି ସାରିଲେଣି । ଶ୍ରୋତା ଏହି ଗୀତକୁ ପସନ୍ଦ କରିବା ସହ ସୋସିଆଲ୍ ମିଡିଆରେ ବି ଏହାକୁ ଲାଇକ୍ ଓ ସେୟାର୍ କରାଯାଉଛି । ଆପଣ ଏହି ଗୀତକୁ ରେଡିଓ ଚକଲେଟରେ ଶୁଣି ପାରିବେ । ଏହାସହ ରେଡିଓ ଚକଲେଟ୍ ଆପରେ ବି ଏହି ଗୀତଟି ଉପଲବ୍ଧ ରହିଛି । ଏବେ ଦେଖିବାକୁ ବାକି ରହିଲା ଆଗକୁ କେତେ ପପୁଲାର୍ ହେଉଛି ତାରିକ୍ ଅଜିଜଙ୍କ ମାଙ୍ଗୋ ଫ୍ଲେବର୍ ଗୀତ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More