Only for Entertainment

ରିଲିଜ ହେଲା ରେଡିଓ ଚକଲେଟର ନୂଆ ରୋମାଣ୍ଟିକ ଗୀତ ‘ଚମକ ତୁ ଚାନ୍ଦିନୀର’

radio choklate
49

ଓଡିଶାର ଲୋକପ୍ରିୟ ଏଫଏମ ରେଡିଓ ଚକଲେଟ ତାର ଶ୍ରୋତାମାନଙ୍କୁ ପ୍ରତି ଶୁକ୍ରବାର ନୂଆ ନୂଆ ଗୀତ ଭେଟି ଦେଇଥାଏ । ଏହା ସହିତ ପୂର୍ବ ଗୀତ ଠାରୁ ଶ୍ରୋତାମାନଙ୍କୁ ଆହୁରି ଭଲ ଗୀତ ଶୁଣେଇବା ପାଇଁ ଚେଷ୍ଟା ଜାରି ରଖିଛି । ଏ ସପ୍ତାହରେ ମଧ୍ୟ ରେଡିଓ ଚକଲେଟ ଶ୍ରୋତା ମାନଙ୍କୁ ଭେଟି ଦେଇଛି ରେମାଣ୍ଟିକ ଗୀତ ‘ଚମକ ତୁ ଚାନ୍ଦିନୀର’ । ଏହି ରୋମାଣ୍ଟିକ ଗୀତକୁ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଏହାର ଲିରିକ୍ସ ଲେଖିଛନ୍ତି ଗୁରୁ ଶତପତୀ । ସଙ୍ଗୀତ କାର୍ତ୍ତିକ କୁମାର ଦେଇଥିବା ବେଳେ ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଫୁଲ୍ଲ ବେହେରା ।

ଗୀତଟି କଟକର ମିଲନ ଷ୍ଟୁଡିଓ ଏବଂ ଏମଆରଆର ଷ୍ଟୁଡିଓରେ ରେକର୍ଡିଂ କରାଯାଇଛି । ଏହି ଗୀତର ଷ୍ଟୁଡିଓ ଭର୍ସନକୁ ଶ୍ରୋତାମାନେ ରେଡିଓ ଚକଲେଟର ୟୁଟ୍ୟୁବ ଚ୍ୟାନେଲରେ ଦେଲଖିପାରିବେ । ଏହା ସହିତ ଏହି ଗୀତକୁ ଆପଣ ରେଡିଓ ଚକଲେଟ ଆପରେ ମଧ୍ୟ ଦେଖିପାରିବେ । ଆଶା କରାଯାଉଛି ଯେ ପୂର୍ବ ଗୀତ ଗୁଡିକ ପରି ଏହି ଗୀତଟି ମଧ୍ୟ ଶ୍ରୋତାଙ୍କୁ ଖୁବ ପସନ୍ଦ ଆସିବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More