Only for Entertainment

ମନ ଜିଣୁଛି ରେଡିଓ ଚକଲେଟ ରୋମାଂଟିକ୍ ଟ୍ରାକ୍ ‘ପ୍ରେମ କରିବାଟା ନିହାତି ଜରୁରୀ’ ।

Facebook
27

ଲୋକପ୍ରିୟ ହେବାରେ ଲାଗିଛି ରେଡିଓ ଚକଲେଟ୍ ୧୦୪ ଏଫ୍ଏମର ରୋମାଂଟିକ୍ ଗୀତ ‘ପ୍ରେମ କରିବାଟା ନିହାତି ଜରୁରୀ’ । ସୋସିଆଲ୍ ମିଡିଆରେ ଏହି ଗୀତର ଚାହିଦା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଗତ ଶୁକ୍ରବାର ରିଲିଜ୍ ହୋଇଥିବା ଏହି ଗୀତଟି ଓଡିଆ ସ୍ରୋତାଙ୍କ ମନଜିଣିବାରେ ସଫଳ ହୋଇଛି । ଗୀତରେ ଶୁଣିବାକୁ ମିଳିଛି ୟଙ୍ଗ ସେନସେସନ୍ ସ୍ୱୟମ୍ ପାଢିଙ୍କ ଆକର୍ଷଣୀୟ ଗାୟିକି ।

ରେଡିଓ ଚକଲେଟର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ଗୀତଟିକୁ ରିଲିଜ୍ କରାଯାଇଛି । ସୋସିଆଲ୍ ମିଡିଆରେ ଏହି ରୋମାଂଟିକ୍ ଗୀତର ଚାହିଦା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି କାର୍ତ୍ତିକ କୁମାର୍ । ଆଉ ସଙ୍ଗୀତ ଆରେଂଜମେଂଟ୍ କରିଛନ୍ତି ପ୍ରଫୁଲ୍ଲ ବେହେରା । କାର୍ତ୍ତିକ କୁମାରଙ୍କ ସଙ୍ଗୀତ ସାଙ୍ଗକୁ ଗୁରୁ ସତପଥିଙ୍କ ଲିରିକ୍ସ ଏହି ଗୀତକୁ କରିଛି ନିଆରା । ଏହାଛଡା ସ୍ୱୟମଙ୍କ ଗାୟିକି ଏହି ଗୀତକୁ କରି ପାରିଛି ଆହୁରି ମନଲୋଭା । ଗୀତଟି ରେଡିଓ ଚକଲେଟ ୧୦୪ ଏଫଏମରେ ଶୁଣିବାକୁ ପାଇବେ ସ୍ରୋତା । ଏହାଛଡା ରେଡିଓ ଚକଲେଟର ଆପରେ ବି ଏହି ଗୀତକୁ ଶୁଣି ପାରିବେ ସ୍ରୋତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More