Only for Entertainment

ରେଡିଓ ଚକଲେଟ୍ ୧୦୪ ଏଫ୍ ଏମ୍ ଭେଟି ଦେବାକୁ ଯାଉଛି ରୋମାଂଟିକ ସଙ୍ଗ ରେସମି ସୂତା ।

0 63

ଚଳିତ ସପ୍ତାହରେ ରେଡିଓ ଚକଲେଟ୍ ନିଜ ପ୍ରିୟ ସ୍ରୋତାଙ୍କ ପାଇଁ ପ୍ରସ୍ତୁତ କରିଛି ଏକ ମନଛୁଆଁ ରୋମାଂଟିକ ଗୀତ । କଣ୍ଠଶିଳ୍ପୀ ଅଷିମା ପଣ୍ଡା ଓ ଗୌରବଙ୍କ ମିଠା ମିଠା ଭଏସ୍ ଶୁଣିବାକୁ ମିଳିବ ଏହି ଗୀତରେ । ଆସନ୍ତା ଶୁକ୍ରବାର ମୁକ୍ତିଲାଭ କରିବାକୁ ଥିବା ଏହି ରୋମାଂଟିକ୍ ଗୀତଟି କିପରି ହୋଇଥିବ ଯଦି ଜାଣିବାକୁ ଚାହୁଁଛନ୍ତି, ତାହାଲେ ଦେଖନ୍ତୁ ଆମର ଏହି ଷ୍ଟୋରୀ ।

ରେଡିଓ ଚକଲେଟ୍ ୧୦୪ ଏଫ୍ ଏମ୍ ଭେଟି ଦେବାକୁ ଯାଉଛି ରୋମାଂଟିକ ସଙ୍ଗ ରେସମି ସୂତା । ଏହି ମନ ଛୁଆଁ ଗୀତର ରେକର୍ଡିଂ ଓ ଭିଡିଓ ମେକିଂରେ ବ୍ୟସ୍ତ ପୁରା ଟିମ୍ । ଗୀତରେ ଶୁଣିବାକୁ ମିଳିବ ଅଷିମା ପଣ୍ଡା ଓ ଗୌରବଙ୍କ ମ୍ୟାଜିକାଲ୍ ଭଏସ୍ । ନିକଟରେ ଏହି ଗୀତର ଭିଡିଓ ମେକିଂ ରେଡିଓ ଚକଲେଟରେ କରାଯାଇଛି । ଭିଡିଓରେ ଦୁଇ ଜଣ ସିଙ୍ଗରଙ୍କୁ ଦେଖିବାକୁ ମିଳିଛି । ଏହି ରୋମାଂଟିକ୍ ଗୀତର ଲିରିକ୍ସ ଦେଇଛନ୍ତି ସରୋଜ ବିଶ୍ୱାଳ ।

ସୌମିତ୍ରି ପଲାଇଙ୍କ ମନଛୁଆ ସଙ୍ଗୀତ ଏହି ଗୀତକୁ କରିଛି ଆହୁରି ସୃତିମଧୂର । ରେଡିଓ ଚକଲେଟ୍ ୧୦୪ ଏଫ୍ଏମ୍ ପ୍ରତ୍ୟେକ ସପ୍ତାହରେ ନୂଆ ନୂଆ ଭିନ୍ନ ସ୍ୱାଦର ଗୀତ ସବୁ ପ୍ରସ୍ତୁତ କରିଥାଏ । ଆଉ ଚଳିତ ସପ୍ତାହରେ ଏହି ଗୀତକୁ ପ୍ରସ୍ତୁତ କରାଯାଇଛି । ଯାହା ଆସନ୍ତା ଶୁକ୍ରବାର ସୋସିଆଲ୍ ମିଡିଆ ୟୁଟୁବରେ ରିଲିଜ୍ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More