Only for Entertainment

ଦୈନିକ ଖାଆନ୍ତୁ ମୂଳା, ରକ୍ତଚାପକୁ ରଖିବ ନିୟନ୍ତ୍ରଣ !

55

ସାଲାଡ୍‌ ହେଉକି ତରକାରୀ ମୂଳାକୁ ଲୋକମାନେ ନିଜ ପସନ୍ଦ ଅନୁସାରେ ଖାଇବାକୁ ଭଲପାଆନ୍ତି।  ମୂଳା ଖାଇ ସ୍ୱାଦର ମଜା ନେଉଥିବା ଲୋକେ ହୁଏତ ଜାଣି ନ ଥିବେ ଯେ, ଏହା ଔଷଧୀୟ ଗୁଣରେ ଭରପୁର ବୋଲି, ଯାହା ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟୀ। ମୂଳାରେ ପୋଟାସିୟମ୍‌, ଫୋଲେଟ୍‌, ରାଇବୋପ୍ଲୋବିନ୍‌, ନାଇସିନ୍‌, ଭିଟାମିନ୍ କେ, କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଭିଟମିନ୍‌ ବି-୬ ଭଳି ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ। ତେବେ ଚାଲନ୍ତୁ ଜାଣିବା କ’ଣ ରହିଛି ମୂଳାର ଉପକାରିତା।

ବିପି କଣ୍ଟ୍ରୋଲ କରିଥାଏ:

ମୂଳାରେ ପୋଟାସିୟମ୍‌  ଅଧିକ ମାତ୍ରାରେ ଥାଏ, ଯାହା କି ବ୍ଲଡ୍‌ପ୍ରେସ୍‌ରକୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏହା ସହ ମୂଳା ରକ୍ତ ସଞ୍ଚାଳନକୁ ଠିକ୍‌ ରଖିଥାଏ।

ହାଇଡ୍ରେଟେଡ୍‌ ରଖିବାରେ ସାହାଯ୍ୟ କରିଥାଏ:

ମୂଳାରେ ଜଳୀୟ ଅଂଶ ଅଧିକ ପରିମାଣରେ ଥାଏ। ଯଦି ଆପଣ ପର୍ଯ୍ୟାପ୍ତ ମାତ୍ରାରେ ମୂଳା ସେବନ କରନ୍ତି  ତେବେ ଶରୀରରେ ପାଣିରେ ମାତ୍ରା କମି ନ ଥାଏ।

ଇମ୍ୟୁନିଟି ବୃଦ୍ଧି କରେ:

ମୂଳାରେ ଥିବା ବିଟାମିନ୍‌ ସି ପ୍ରତୀରକ୍ଷା ପ୍ରଣାଳୀକୁ  ଠିକ୍‌ ଭାବେ ପରିଚାଳିତ କରିବା ସହ ଏହା ଆମ ଇମ୍ୟୁନିଟି ବୃଦ୍ଧି କରି ରୋଗ ଦୂର କରିଥାଏ।

ତ୍ୱଚାକୁ ସୁସ୍ଥ ରଖିଥାଏ:

ପ୍ରତିଦିନ  ମୂଳା ଜୁସ୍‌ ପିଇବା ଦ୍ୱାରା ତ୍ୱଚା  ଉଜ୍ୱଳ ଦେଖାଯିବା ସହ ତ୍ୱଚା ସହ ଜଡ଼ିତ ସମସ୍ତ ସମସ୍ୟା ଯଥା ବ୍ରଣ ଓ ମୁହଁ ରୁକ୍ଷ ହେବା ଭଳି ସମସ୍ୟା ଦୂର ହୋଇଥାଏ।

ହଜମ ଶକ୍ତି ବୃଦ୍ଧି କରେ:  

ମୂଳାରେ ଫାଇବର ଅଧିକ ମାତ୍ରାରେ ଥାଏ। ଫଳରେ ଏହାକୁ ଖାଇବା ଦ୍ୱାରା ହଜମ ଭଲ ଭାବେ ହୋଇଥାଏ ଓ ପେଟ ସମସ୍ୟା ଦୂର ହୋଇଥାଏ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More