Only for Entertainment

ଏକା ଦେଖି ପାରିବେ ନାହିଁ ‘ରାଗିଣୀ ଏମଏମଏସ ରିଟର୍ନ୍ସସ ଟୁ’, ଛାତି ଥରାଉଛି ଟ୍ରେଲର

bollywood tadka
119

ଦୀର୍ଘ ସମୟ ଧରି ‘ରାଗିଣୀ’ର ଆଉ ଏକ ସିକ୍ୱେଲକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଦର୍ଶକ । ଏହି ଅପେକ୍ଷା ଏବେ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । କାରଣ ସାମ୍ନାକୁ ଆସି ସାରିଛି ‘ରାଗିଣୀ ଏମଏମଏସ ରିଟର୍ନ୍ସସ ଟୁ’ର ଟ୍ରେଲର । ଏହି ୱେବସିରିଜ ଯେତିକି ବୋଲ୍ଡ ସେତିକି ଭୟଙ୍କର । ଟ୍ରେଲରରେ ସନି ଲିଓନ, ଆରତୀ କ୍ଷେତ୍ରପାଲ, ଋଷିକା ନାଗ, ଆଧ୍ୟା ଗୁପ୍ତା, ବିକ୍ରମ ସିଂ ରାଠୋର, ବରୁଣ ସୁଦ ଏବଂ ଦିବ୍ୟା ଅଗ୍ରୱାଲଙ୍କ ସମେତ ଅନ୍ୟ କେତେକ ଚରିତ୍ର ନଜର ଆସିଛନ୍ତି ।

ଟ୍ରେଲରର ଆରମ୍ଭ ସନି ଲିଓନଙ୍କ ଡାଏଲଗରୁ ହୋଇଛି । ଏଥିରେ କିଛି ସାଙ୍ଗ ମାନଙ୍କର ଏକ ଦଳ ନଜର ଆସିଛି, ଯେଉଁମାନେ ସ୍ପିରିଟ କଲ କରିଛନ୍ତି ଏବଂ ତାହା ସତ ମଧ୍ୟ ହୋଇଛି । ଯାହାପରେ ନଜର ଆସିଛି ଭୂତ ଏବଂ ରକ୍ତର ଖେଳ । ତେବେ ଏହି ୱେବସିରିଜର କାହାଣୀ କିଭଳି ହୋଇଛି ତାହା ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More