Only for Entertainment

ଭାରତ ଓ ପାକିସ୍ତାନରେ ଶାନ୍ତି ଆଣିବା ପାଇଁ ପ୍ରାର୍ଥନା କରୁଛନ୍ତି ରାହତ ଫତେ ଅଲୀ ଖାନ,ଜାଣନ୍ତୁ କ’ଣ ରହିଛି ତାଙ୍କ ପ୍ରୟାସ ।

bollywood tadka
0 35

ପାକିସ୍ତାନ ଗାୟକ ରାହତ ଫତେ ଅଲ୍ଲୀ ଖାନଙ୍କ କହିବା ଅନୁସାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପାଇଁ ସେ ପ୍ରାର୍ଥନା କରୁଛନ୍ତି । ରାହତ ଭାରତ ଓ ପାକିସ୍ତାନ ଶାନ୍ତି ଯୋଜନା କ୍ଷେତ୍ରରେ ଗୀତକୁ ନୂଆ ଭାବରେ ଗାଇବା ପାଇଁ କୌଶିକ ଚକ୍ରବର୍ତ୍ତୀଙ୍କ ସହିତ ଚୁକ୍ତି କରିଛନ୍ତି । ଗୀତରେ ମହାତ୍ମା ଗାନ୍ଧୀଙ୍କ ବାସ୍ତବ ସ୍ୱର ରହିଛି । ଯେଉଁଥିରେ ସେ ଶାନ୍ତି ଏବଂ ସହନଶକ୍ତି ବିଷୟରେ ଭାଷଣ ଦେଇଛନ୍ତି ।

ଖବର ଅନୁସାରେ ଅକ୍ସଫୋର୍ଡ଼ର ଏକ ବ୍ୟାଣ୍ଡ ‘ଦ ଫ୍ୟୁଜନ ପ୍ରୋଜେକ୍ଟ’ ଏହା ଆରମ୍ଭ କରିଛନ୍ତି । ବ୍ୟାଣ୍ଡରେ ପଶ୍ଚିମୀ ଏବଂ ଭାରତର ଶାସ୍ତ୍ରୀୟ ସଙ୍ଗୀତକାର ଅଛନ୍ତି । ରାହତ କହିଛନ୍ତିଯେ ମୁଁ ଏହି ଗୀତ ଚୟନ କରିବାର କାରଣ ହେଉଛି ଏହା ମୋତେ ଶାନ୍ତିର ସନ୍ଦେଶ ଦେଉଛି । ଏହା ଏକତାର ସନ୍ଦେଶ ଦେଇଥାଏ । ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ମୋର ଜଣେ ଛାତ୍ର ଏହାକୁ ନୂଆ ରୂପ ଦେଇଛନ୍ତି ।

ରାହତ ଏହା ମଧ୍ୟ କହିଛନ୍ତିଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ଦେଖିବା କେବଳ ମୋର ଇଛା ନୁହେଁ ବରଂ ଅଧିକତର ଲୋକ ଏହା ଚାହାଁନ୍ତି । କାରଣ ଆମ ମାନଙ୍କର ସଭ୍ୟତା ପ୍ରାୟତଃ ଏକାଭଳି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More