Only for Entertainment

ନିଜ ଠାରୁ ୨୦ ବର୍ଷ ସାନ ଏହି ଅଭିନେତ୍ରୀଙ୍କୁ ବିବାହ କରିବେ ଏହି ଖତରନାକ ଭିଲେନ? ଜାଣନ୍ତୁ ନାମ ।

dailyhunt
0 62

ଆମେ ଆଲୋଚନା କରୁଛୁ ବଲିଉଡର ପ୍ରସିଦ୍ଧ ଖତରନାକ ଭିଲେନ ବା ଅଭିନେତା ରାହୁଲ ଦେବଙ୍କ ବିଷୟରେ । ସେ ବଲିଉଡ ବ୍ୟତୀତ କେତେକ ସାଉଥ ଇଣ୍ଡିଆନ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି । ସେ ଫିଲ୍ମ ଚାମ୍ପିଅନରୁ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ।

ଋାହୁଲ ପୂର୍ବରୁ ରୀନାଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୦୯ରେ କର୍କଟ ରୋଗରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସେ ଧୈର୍ଯ୍ୟହରା ହୋଇପଡ଼ିଥିଲେ । ତାଙ୍କର ସିଦ୍ଧାର୍ଥ ନାମକ ଏକ ପୁଅ ମଧ୍ୟ ଅଛି । ତେବେ ରାହୁଲଙ୍କ କହିବା ଅନୁସାରେ ତାଙ୍କ ପତ୍ନୀ ତାଙ୍କ ଠାରୁ ୧ ବର୍ଷ ବଡ଼ ଥିଲେ । କିନ୍ତୁ ପୁଣିଥରେ ତାଙ୍କ ଜୀବନରେ ଖୁସି ଫେରିଆସୁଛି । କାରଣ ଖବର ଅନୁସାରେ ସେ ଏହି ବର୍ଷ ବିବାହ କରିବାକୁ ଯାଉଛନ୍ତି । ତେବେ ନିଜ ଠାରୁ ୨୦ ବର୍ଷ ସାନ ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଯାଉଛନ୍ତି ରାହୁଲ ।

ରାହୁଲ ଯାହାଙ୍କୁ ବିବାହ କରିବେ ସେ କୌଣସି ସାଧାରଣ ଝିଅ ନୁହଁନ୍ତି ବରଂ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ମୁଗ୍ଧା ଗୋଡ଼ସେ । ସେ ଫ୍ୟାଶନ ମୁଭିରୁ ତାଙ୍କ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ଖବର ଅନୁସାରେ ରାହୁଲ ତାଙ୍କୁ ୪ ବର୍ଷ ହେବ ଡେଟ କରି ଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More