Only for Entertainment

ରାହୁଲ ମହାଜନଙ୍କ ତୃତୀୟ ବିବାହକୁ ନେଇ ଆସିଲା ଏକ୍ସ ୱାଇଫ ଡିମ୍ପି ଗାଙ୍ଗୁଲିଙ୍କ ପ୍ରତିକ୍ରିୟା ।

SpotboyE
40

ଏକ୍ସ ବିଗ ବସ ପ୍ରତିଯୋଗୀ ରାହୁଲ ମହାଜନ ଏବେ ନିଜର ତୃତୀୟ ବିବାହକୁ ନେଇ ଖୁବ ଚର୍ଚ୍ଚାରେ । ରାହୁଲ ଏବଂ କଜକିସ୍ତାନ ମଡେଲ ନତାଲ୍ୟା ଇଲିନା ୨୦ ନଭେମ୍ବରରେ ବିବାହ କରିଛନ୍ତି । ଦୁହିଁଙ୍କ ବିବାହର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ରାହୁଲଙ୍କ ବିବାହକୁ ନେଇ ତାଙ୍କ ଏକ୍ସ ୱାଇଫ ଡିମ୍ପି ଗାଙ୍ଗୁଲିଙ୍କ ରିଆକ୍ସନ ସାମ୍ନାକୁ ଆସିଛି ।

ସ୍ପର୍ଟବୟର ରିପୋର୍ଟ ଅନୁସାରେ ଡିମ୍ପି ଏବେ ଫ୍ୟାନ୍ସରେ ଅଛନ୍ତି । ଏବଂ ସେଠାରେ ସେ ନିଜ ପତି ଏବଂ ଛୁଆ ସହିତ ଖୁସିରେ ସମୟ କାଟୁଛନ୍ତି । ଯେବେ ଡିମ୍ପିଙ୍କୁ ରାହୁଲ ମହାଜନଙ୍କ ତୃତୀୟ ବିବାହ ବିଷୟରେ ପଚରାଗଲା ଏହାକୁ ଶୁଣି ଡିମ୍ପି ପ୍ରଥମେ ହସିଥିଲେ । ଏହା ପରେ ସେ କହିଥିଲେ ମୁଁ ଏହା ଜାଣି ଖୁସି ହେଲି । ଏବଂ ଆଶା କରୁଛି ଏହି ଥର ରାହୁଲଙ୍କୁ ବାସ୍ତବରେ ଖୁସି ମିଳୁ । ନବଦମ୍ପତିଙ୍କୁ ମୋ ତରଫରୁ ବିବାହର ଶୁଭକାମନା ।

rahul

ଡମ୍ପି ଏହା ମଧ୍ୟ କହିଥିଲେ ଆଶା କରୁଛି ମୁଁ ଯାହା ସହିଛି ନତାଲ୍ୟାଙ୍କୁ ସେସବୁ ସହିବାକୁ ନପଡୁ । ବ୍ୟକ୍ତି ବଦଳି ଯାଇପାରେ । ଦୁହିଁଙ୍କ ପାଇଁ ମୁଁ ଏହା ଚାହୁଁଛି ପୁଣିଥରେ ସେସବୁ ନହେଉ । କହିରଖୁଛୁ ଯେ, ଡିମ୍ପି ରାହୁଲଙ୍କ ଉପରେ ଅନେକ ଥର ପିଟିବାର ଆରୋପ ଲଗାଇଥିଲେ । ଏପରି କି ଡିମ୍ପି ମିଡିଆକୁ ନିଜ କ୍ଷତ ବି ଦେଖାଇଥିଲେ । ଏହା ଫଳରେ ଦୁହିଁଙ୍କ ସମ୍ପର୍କକେ ଫାଟ ପଡିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More