Only for Entertainment

ମନୀଷା କୋଇରାଲାଙ୍କ ସହିତ ଥିଲା ଏହି ଅଭିନେତାଙ୍କ ଅଫେୟର, ଆଶିକି ଫିଲ୍ମରୁ ମିଳିଥିଲା ପପୁଲାରିଟି

BizAsia
40

୧୯୯୦ରେ ରିଲିଜ ହୋଇଥିବା ଫିଲ୍ମରୁ ଡେବ୍ୟୁ କରିଥିବା ଅଭିନେତା ରାହୁଲ ରୟ ନିଜର ପ୍ରଥମ ଫିଲ୍ମରୁ ହିଁ ପପୁଲାରିଟି ହାସିଲ କରିଥିଲେ । ଏହା ପରେ ତାଙ୍କର କୌଣସି ଫିଲ୍ମ ଆଶିକ ଭଳି ବକ୍ସ ଅଫିସରେ ହିଟ ହୋଇପାରିଲା ନାହିଁ । ଏହାର ପରିଣାମ ସେ ଆଶିକି ବୟ ଇମେଜରେ ହିଁ ବାନ୍ଧି ହୋଇରହିଗଲେ । ଆଜି ଏହି ଆଶିକି ବୟ ରାହୁଲଙ୍କ ଜନ୍ମଦିନ । ରାହୁଲ ୯ ଫେବୃଆରୀ ୧୯୬୮ରେ ହୋଇଥିଲା । ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି…

ଆଶିକି ପରେ ରାହୁଲଙ୍କ କୌଣସି ଫିଲ୍ମ ବକ୍ସ ଅଫିସରେ କମାଲ କରିପାରିଲା ନାହିଁ । ଏପରି ସମୟ ଆସିଥିଲା ଯେ ଫିଲ୍ମରେ ସକ୍ରିୟ ରହିବା ପାଇଁ ସେ ସି ଗ୍ରେଡ ଫିଲ୍ମରେ ମଧ୍ୟ କାମ କରିଥିଲେ । ହର ଷ୍ଟୋରୀ ନାମକ ଏକ ସି ଗ୍ରେଡ ଫିଲ୍ମରେ ରାହୁଲ ଅନେକ ବୋଲ୍ଡ ସିନ ହେଇଥିବାର ନଜର ଆସିଥିଲେ ।

613

ନିଜ କ୍ୟାରିଅରକୁ ଧମାକାଦାର ଭାବେ ଆରମ୍ଭ କରିଥିଲେ ମଧ୍ୟ ସେ ଏହି ସଫଳତାକୁ ରଖିପାରିଲେ ନାହିଁ । ୧୯୯୦ରେ ଡେବ୍ୟୁ ଫିଲ୍ମରୁ ସଫଳତା ମିଳିବା ପରେ ରାହୁଲ ଟିଭିରେ ମଧ୍ୟ ଧମାକାଦାର ଡେବ୍ୟୁ କରିଥିଲେ । ୨୦୦୬ରେ ଆରମ୍ଭ ହୋଇଥିବା ପ୍ରଥମ ବିଗବସରେ ରାହୁଲ ଭାଗ ନେଇ ବିଜେତା ମଧ୍ୟ ହୋଇଥିଲେ ।

ଫିଲ୍ମ ବ୍ୟିତିତ ସେ ନିଜର ରିଲେସନସିପକୁ ନେଇ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥିଲେ । ଅଭିନେତ୍ରୀ ମନିଷା କୋଇରାଲାଙ୍କ ସହିତ ତାଙ୍କର ଅଫେୟାର ସେତେବେଳେ ଖୁବ ଚର୍ଚ୍ଚାରେ ରହିଥିଲା । ଏହା ବ୍ୟତିତ ରାହୁଲଙ୍କ କୋ-ଷ୍ଟାର ପୂଜା ଭଟ୍ଟଙ୍କ ସହିତ ମଧ୍ୟ ତାକଙ୍କ ନାମକୁ ଯୋଡା ଯାଇଥିଲା ।

କ୍ୟାରିୟରରେ ନିଜର ଅସଫଳତାକୁ ନେଇ ଏକ ଇଣ୍ଟରଭ୍ୟୁରେ ରାହୁଲ କହିଥିଲେ ଆଶିକି ବୟ ଇମେଜରୁ ସେ ବାହାରିବାକୁ ଚାହୁଁଛନ୍ତି । ସେ କହିଥିଲେ ଫିଲ୍ମର ସଫଳତାକୁ ନେଇ ସେ ଖୁସି କିନ୍ତୁ ଜଣେ ଆକ୍ଟର ହୋଇଥିବାରୁ ସେ ଏହି ଇମେଜରୁ ବାହାରିବାକୁ ଚାହାଁନ୍ତି । ଆପଣଙ୍କୁ କହିରଖୁଛୁ ଯେ, ରାହୁଲ ରାଜନୀତିରେ ମଧ୍ୟ ଭାଗ୍ୟ ପରୀକ୍ଷା କରି ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More