Only for Entertainment

ରେଳରେ ମାଗଣାରେ ଯାତ୍ରା କରିପାରିବେ ରେଳ କର୍ମଚାରୀଙ୍କ ସନ୍ତାନ, ୩୩ ବର୍ଷ ବୟସ ପର୍ଯ୍ୟନ୍ତ ହେଲା ଲାଗୁ !

55

ଏଣିକି ରେଳରେ ମାଗଣାରେ ଯାତ୍ରା କରିପାରିବେ ରେଳ କର୍ମଚାରୀଙ୍କ ସନ୍ତାନ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ଏଣିକି ରେଳ କର୍ମଚାରୀଙ୍କ ସନ୍ତାନମାନେ ମାଗଣାରେ ରେଳରେ ଯାତ୍ରା କରିପାରିବେ। ତେବେ ଏହାକୁ ନେଇ ଦୀର୍ଘ ଦିନ ହେଲା ରେଳ କର୍ମଚାରୀମାନଙ୍କ ପକ୍ଷରୁ ଦାବି ହୋଇଆସୁଥିଲା। ଶେଷରେ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ରେଳ ମନ୍ତ୍ରାଳୟ ନିଜ କର୍ମଚାରୀମାନଙ୍କୁ ୨ ଜଣ ସନ୍ତାନକୁ ଏବେ ୩୩ ବର୍ଷ ବୟସ ପର୍ଯ୍ୟନ୍ତ ମାଗଣାରେ ରେଳରେ ଯାତ୍ରା କରିବାର ପାସ୍ ଦେବ । ପୂର୍ବରୁ ଏହି ବସୟ ସୀମା ୨୧ ବର୍ଷ ପର୍ଯ୍ୟନ୍ତ ରଖାଯାଇଥିଲା । ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଏନେଇ ନିର୍ଦ୍ଦେଶାନାମା ବି ଜାରି କରିଛନ୍ତି । ରେଳ ମନ୍ତ୍ରୀ ଅଲ ଇଣ୍ଡିଆ ରେଲୱେ ମାସ ଫେଡେରେସନ ସହିତ ବସିଥିବା ଏକ ବୈଠକରେ ଦିଆଯାଇଥିବା ଏହି ପ୍ରସ୍ତାବକୁ ସବୁଜ ସଂକେତ ଦେଇଛନ୍ତି । ରେଳ ମନ୍ତ୍ରୀ ସମସ୍ତ ମଣ୍ଡଳ ରେଳ ନିର୍ଦ୍ଦେଶକଙ୍କୁ ଏସଂକ୍ରାନ୍ତରେ ଚିଠି ମଧ୍ୟ ଲେଖିଛନ୍ତି ।

ତେବେ ଏହାକୁ ନେଇ ଦୀର୍ଘ ଦିନ ହେଲା ରେଳ କର୍ମଚାରୀମାନଙ୍କ ପକ୍ଷରୁ ଦାବି ହୋଇଆସୁଥିଲା । କର୍ମଚାରୀଙ୍କ କହିବା କଥା ହେଲା କି, ସେମାନଙ୍କର ପିଲା ୨୦ କିମ୍ବା ୨୧ ବର୍ଷ ବୟସ ପରେ ବେଶି ଟ୍ରେନରେ ଯାତ୍ରା କରୁଛନ୍ତି । ଏହି ସମୟରେ ସେମାନେ ପାଢପଢା ପାଇଁ ଅନ୍ୟ ରାଜ୍ୟ ତଥା ସହରକୁ ଯାତ୍ରା କରୁଛନ୍ତି । ତେଣୁ ଏହି କାରଣରୁ ରେଲୱେ କର୍ମଚାରୀମାନେ ସରକାରଙ୍କ ନିକଟରେ ସେମାନଙ୍କର ପିଲାଙ୍କୁ ରେଳରେ ଯାତ୍ରା କରିବା ସମୟରେ ଦିଆଯାଉଥିବା ସୁବିଧାର ସମୟ ସୀମାକୁ ବୃଦ୍ଧି କରିବାକୁ ଦାବି କରିଥିଲେ ।

ବିବାହିତା ଝିଅକୁ ମିଳିବନି ସୁବିଧା

ତେବେ ଏହି ବ୍ୟବସ୍ଥା ଅନୁଯାୟୀ କର୍ମୀଙ୍କର ଉଭୟ ପୁଅ ଏବଂ ଝିଅଙ୍କୁ ଏହି ସୁବିଧା ମିଳିଥାଏ । କିନ୍ତୁ ଝିଅ ବାହା ହେବା ପରେ ତାଙ୍କୁ ଏହି ସେବାକୁ ବଂଚିତ କରିଦିଆଯିବ । ଝିଅ ବିବାହ ପରେ ତଥା ୩୩ ବର୍ଷ ପର୍ଯ୍ୟନ୍ତ ରେଳରେ ମାଗଣାରେ ଯାତ୍ରା କରିପାରିବେ । ସେହିପରି ଯଦି ସେମାନେ ଆତ୍ମନିର୍ଭରଶୀଳ ହୋଇଥିଲେ ତେବେ ତାଙ୍କୁ ଏହି ସୁବିଧାରୁ ବଂଚିତ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More