Only for Entertainment

ପୁଣିଥରେ ଓଲିଉଡକୁ ଫେରୁଛନ୍ତି ରାଇମୋହନ ପରିଡ, ଏହି ଫିଲ୍ମରେ ଆସିବେ ନଜର ।

youtube
0 66

ଓଲିଉଡ ଓ ଯଲିଉଡର ଜଣେ ଚର୍ଚ୍ଚିତ ଖଳନାୟକ ହେଲେ ରାଇମୋହନ ପରିଡା । ସେ ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ସୁପରହିଟ ଫିଲ୍ମ ‘ପକା କମ୍ବଳ ପୋତ ଛତା’ ଜରିଆରେ ଓଡିଆ ସିନେମାରେ ପାଦ ଥାପିଥିଲେ । ଏଥିରେ ରାଇମୋହନଙ୍କୁ ମିଳିଥିଲା ଏକ ଗୁଣ୍ଡାର ଚରିତ୍ର । ‘ପକା କମ୍ବଳ ପୋତ ଛତା’ପରେ ରାଇମୋହନଙ୍କୁ ମୁଖ୍ୟ ଖଳନାୟକ ଭୂମିକାରେ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି । ଏଥି ମଧ୍ୟରେ ରହିଛି କୋଟିଏ ମଣିଷ ଗୋଟିଏ ଜଗା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ସୁନା ସଂସାର , ସ୍ତ୍ରୀ, ରଣଭୂମି, ରସିକ ନାଗର, ତୁ ଥିଲେ ମୋ ଡର କାହାକୁ, ଲକ୍ଷ୍ମୀ ପ୍ରତିମା ଓ ମେଣ୍ଟାଲ ଆଦି ସମେତ ୧୦୦ରୁ ଅଧିକ ଓଡିଆ ସିନେମା ।

rai mohan

ରାଇମୋହନ ଏବେ ଫେରିଛନ୍ତି ପୁଣି ଓଲିଉଡକୁ । ହଁ ସେ ଏବେ ଏକ ଓଡିଆ ଚଳଚିତ୍ରରେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି । ଏହି ସିନେମାରେ ରାଇମୋହନଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ଅଯୋରୀ । ସେ ଜଣେ ଭୟାନକ ତାନ୍ତ୍ରିକ ଭୂମିକାରେ ନଜର ଆସିବେ, ଯିଏ କି ଇଚ୍ଛାଧାରୀ ନାଗୁଣୀକୁ ବଶୀଭୂତ କରିବାକୁ ଚାହେଁ । ହଁ ଏଠାରେ ଯେଉଁ ଓଡିଶା ସିନେମା କଥା କୁହାଯାଉଛି, ତାହାର ଶୀର୍ଷକ ହେଲା ‘ତୁ ମୋ ସୁନା ଚଢ଼େଇ, ଏଥିରେ ରାଇମୋହନଙ୍କ ବ୍ୟତୀତ ଜ୍ୟୋତି, ଏଲସା, ଜୟାସ୍ୱାମୀ ଓ କେକେ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏ ଏହି ଚଳଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏସ ଦିଲୀପ ପଣ୍ଡା । ବୈଦନାଥ ଦାସ ଏହାର ସଙ୍ଗୀତ ନିର୍ଦ୍ଦେଶକ । ତୁମୋ ସୁନା ଚଢ଼େଇରେ ରାଇମୋହନ ଦର୍ଶକଙ୍କୁ ପୁଣି ଡରାଇ ନିଜର କମାଲ ଦେଖାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More