Only for Entertainment

‘ମେଂଟାଲ୍ ହୈ କ୍ୟା’ ପରେ ପୁଣିଥରେ ଏକା ସାଙ୍ଗରେ ନଜର ଆସିବେ କଙ୍ଗନା ଏବଂ ରାଜକୁମାର ରାଓ, ଜାଣନ୍ତୁ କ’ଣ ରହିଛି ଫିଲ୍ମର ନାମ ।

you tube
0 41

ବଲିଉଡର ଭର୍ସାଟାଇଲ୍ ଅଭିନେତା – ଅଭିନେତ୍ରୀର ଆଖ୍ୟା ପାଇଛନ୍ତି ରାଜକୁମାର୍ ରାଓ ଓ କଙ୍ଗନା ରଣାୱତ । ଦୁହିଁଙ୍କ ଭିନ୍ନ ଅଭିନୟ ଶୈଳି ପାଇଁ ଆଜି ଏମାନେ ହୋଇପାରିଛନ୍ତି ଲୋକପ୍ରିୟ । ଯେଉଁଠି ରାଜକୁମାର୍ ଟ୍ରାପ୍ଡ, ବରେଲି କି ବରଫି, ଓମେର୍ଟା, ନ୍ୟୁଟନ୍ ଭଳି ଭିନ୍ନ ସ୍ୱାଦର ସିନେମା ଭେଟି ଦେଇଛନ୍ତି, ସେଠାରେ କଙ୍ଗନା ବି କୁଇନ୍ ସିମରନ୍, ତନ୍ନୁ ୱେଡ୍ସ ମନ୍ନୁ ଓ ଫ୍ୟାସନ୍ ଭଳି ସିନେମା ଭେଟି ଦେଇ ନିଜ ୟୁନିକ୍ ଆକ୍ଟିଂ ଷ୍ଟାଇଲ୍ର ପ୍ରମାଣ ଦେଇଛନ୍ତି ।

raj kumar

ଏହି ଦୁଇ ଷ୍ଟାର୍ ଏକାଠି ଚଳଚ୍ଚିତ୍ର କୁଇନରେ ପ୍ରଥମଥର ପାଇଁ ଏକାଠି କାମ କରିଥିଲେ । ଆଉ ଏବେ ଏମାନଙ୍କୁ ଖୁବଶୀଘ୍ର ଏକାଠି ଦେଖିବାକୁ ମିଳିବ ଚଳଚ୍ଚିତ୍ର ‘ମେଂଟାଲ୍ ହୈ କ୍ୟା’ ରେ । ତେବେ ଏହି ସିନେମାର ସୁଟିଂ ଶେଷ ନହେଉଣୁ ରାଜକୁମାର୍ ଓ କଙ୍ଗନାଙ୍କୁ ନେଇ ଆଉ ଏକ ସିନେମା ପ୍ରସ୍ତୁତ ହେବାର ଖବର ଏବେ ଶୁଣିବାକୁ ମିଳୁଛି । ଅନୁରାଗ ବାସୁଙ୍କ ଆଗାମୀ ଫିଲ୍ମ ‘ଇମଲି’ରେ ଏହି ଯୋଡିକୁ ପୁଣିଥରେ ଏକାଠି ଦେଖିବାକୁ ମିଳିବ । ତେବେ ଦେଖିବାକୁ ବକି ରହିଲା ଏହି ଯୋଡି ନିଜର ଆଗମୀ ଫିଲ୍ମ ଗୁଡିକରେ ଦର୍ଶକଙ୍କ ମନୋରଞ୍ଜନ କରିବାରେ କେତେ ମାତ୍ରାରେ ସଫଳ ହେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More