Only for Entertainment

କୁକୁର କାମୁଡିବାରୁ ହସ୍ପିଟାଲରେ ପହଂଚିଲେ ମହିଳା, ଡାକ୍ତର କହିଲେ ତୁମେ ମଧ୍ୟ କୁକୁରକୁ କାମୁଡି ଦିଅ, ଭାଇରଲ ହେଲା ଭିଡିଓ !

39

ରାଜସ୍ତାନର ଆଜମେରର ଏକ ସରକାରୀ ହସ୍ପିଟାଲରେ ଡାକ୍ତର ଏବଂ ଜଣେ ମହିଳାଙ୍କ ମଧ୍ୟରେ ଝଗଡା ର ଭିିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଆଜମେରର ମଦାରସ୍ଥିତ ଜେପି ନଗର ଡିସ୍ପେନ୍ସରିର ଅଟେ । ଏଠାରେ ଥିବା ଜଣେ କାର୍ଯ୍ୟରତ ଡାକ୍ତର ପ୍ରବୀଣ କୁମାର ବାଲୋଟିୟାଙ୍କର ଜଣେ ମହିଳା ରୋଗୀଙ୍କ ସହ ବିବାଦ ହୋଇଯାଇଥିଲା । ମହିଳାଜଣକ କୁକୁର କାମୁଡିବା ପରେ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲେ । ଭିଡିଓରେ ମହିଳାଙ୍କ କହିବା ମୁତାବକ ଡାକ୍ତର ତାଙ୍କୁ କହିଲେ ଯଦି ତୁମକୁ କୁକୁର କାମୁଡିଲା ତେବେ ତୁମେ କୁକୁରକୁ କାମୁଡି ଦିଅ ।

ଭିଡିଓରେ ଡାକ୍ତର ଏହି କଥା କହୁଥିବାର ଶୁଣିବାକୁ ମିଳିନାହିଁ । କିନ୍ତୁ ମହିଳା ଜଣକ ଏହା କହୁଥିବାର ଶୁଣିବାକୁ ମିଳିଛି ଯେ ସେ ଏହା ଉପରେ ଏସଟିଏସସି’ର ମୁକଦ୍ଦମା ଜରି କରିବେ । ଏହାଶୁଣି ମହିଳା ଜଣକ କହିଛନ୍ତି ସେ ତ ଏହାମଧ୍ୟ ଜାଣନ୍ତି ନାହିଁ ଯେ ସେ କେଉଁ କାଷ୍ଟର । ହସ୍ପିଟାଲରେ ଉପସ୍ଥିତ ଥିବା ଲୋକ ଏହି ଦୃଶ୍ୟ କଏଦ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯାହା ଖୁବ ଭାଇରାଲ ହେବାରେ ଲାଗିଛି ।

ଡାକ୍ତର ଜଣକ ସମସ୍ତ ଆରୋପକୁ ଅସ୍ୱିକାର କରିଛନ୍ତି ଏବଂ ସେ କହିଛନ୍ତି ଯେ ରୋଗୀର ଜାତିଗତ ଟିପ୍ପଣୀ କରୁଥିଲେ । ଏହି ମାମଲରେ ସିଏମଏଚଓ ଡାକ୍ତର କେକେ ସୋନି କହିଛନ୍ତି ଭିଡିଓ ଭାଇରାଲ ହେବା ପରେ ପାଂଚ ସଦସ୍ୟ ଯାଂଚ ଟିମ ଗଠନ କରାଯାଇ ଯାଂଚ କରିବା ପାଇଁ ଆଦେଶ ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More